ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବରମୁଣ୍ଡାରେ ବୋମାମାଡ଼

Advertisment
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବରମୁଣ୍ଡାରେ ବୋମାମାଡ଼

ଭୁବନ‌େଶ୍ବର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖଣ୍ଡଗିରି ଥାନା ବରମୁଣ୍ଡା ଅଞ୍ଚଳରେ ରବିବାର ବିଳମ୍ବତ ରାତିରେ ଏକ ସ୍କର୍ପିଓ ଗାଡ଼ି ଉପରକୁ ବୋମାମାଡ଼ କରାଯାଇଛି। ବୋମା ମାଡ଼ରେ ସ୍କର୍ପିଓ ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ପତିଆରା ପାଇଁ ବୋମା ପକାଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଏନେଇ ଗାଡ଼ି ମାଲିକଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ମାମଲା ଦାୟର କରାଯାଇଛି। ପୁଲିସ ବୋମାମାଡ଼ ହୋଇଥିବା ସ୍କର୍ପିଓକୁ ଜବତ କରି ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe