ରଘୁନାଥନଗର ବୋମାମାଡ଼ ମାମଲା: ଆକାଶ ଗୋଷ୍ଠୀର ସନିଆ ଗିରଫ

Advertisment
ରଘୁନାଥନଗର ବୋମାମାଡ଼ ମାମଲା: ଆକାଶ ଗୋଷ୍ଠୀର ସନିଆ ଗିରଫ

ଖଣ୍ତଗିରି: ଗତ ମାସ ୩୦ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥନଗରରେ ବୋମାମାଡ଼ କରି ଫେରାର‌୍‌ ହୋଇଯାଇଥିବା ଆକାଶ ଷଡ଼ଙ୍ଗୀ ଗୋଷ୍ଠୀର ସୁନୀଲ୍‌ ପରିଡ଼ା ଓରଫ୍‌ ସନିଆ(୧୯)କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ସୂଚନାନୁସାରେ ଆକାଶର ସାନ ଭାଇ ଅଗ୍ନି ଷଡ଼ଙ୍ଗୀ ଓ ଅନ୍ୟ ଜଣେ ଯୁବକ ରଘୁନାଥନଗରରେ ପଶି ଗଣ୍ତଗୋଳ କରୁଥିବା ବେଳେ ସ୍ଥାନୀୟ ଲୋକେ ଅଗ୍ନିକୁ କାବୁ କରି ପୁଲିସ ଜିମା ଦେଇଥିଲେ। ପରଦିନ ସନ୍ଧ୍ୟାରେ ରଘୁନାଥନଗରର କିଛି ଯୁବକ ଆକାଶର ସହଯୋଗୀ ବଳିଆ ରାଉତରାୟଙ୍କ ହୋଟେଲରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏହାର ପ୍ରତିଶୋଧ ନେବାକୁ ଯାଇ ଚଳିତ ମାସ ୧ ତାରିଖରେ ଆକାଶ, ବଳିଆ ଓ ସନିଆ ମିଳିତ ଭାବେ ପୁଣି ରଘୁନାଥନଗର ବଜାରରେ ବୋମାମାଡ଼ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe