ପେଟ୍ରୋଲ ପମ୍ପ ପରିସରରେ ପ୍ରେମିକାଙ୍କୁ ନିସ୍ତୁକ ପିଟିଲେ ପ୍ରେମିକ

Advertisment

ଅନ୍ୟ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିବା କଥା ଜାଣି ଦେବାରୁ ପ୍ରେମିକାଙ୍କୁ ‌ପେଟ୍ରୋଲ ପମ୍ପ ସାମ୍ନାରେ ନିସ୍ତୁକ ପିଟିଲେ ପ୍ରେମିକ। ଲୋକେ ଯୁବତୀଙ୍କୁ ଉଦ୍ଧାର କରିବା ବଦଳ‌ରେ କରୁଥିଲେ ଭିଡିଓ ରେକର୍ଡ।

Updated On

ଅନ୍ୟ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିବା କଥା ଜାଣି ଦେବାରୁ ପ୍ରେମିକାଙ୍କୁ ‌ପେଟ୍ରୋଲ ପମ୍ପ ସାମ୍ନାରେ ନିସ୍ତୁକ ପିଟିଲେ ପ୍ରେମିକ। ଲୋକେ ଯୁବତୀଙ୍କୁ ଉଦ୍ଧାର କରିବା ବଦଳ‌ରେ କରୁଥିଲେ ଭିଡିଓ ରେକର୍ଡ।

ଅଦ୍ୟତନ ହୋଇଛି
ପନ

ନୂଆଦିଲ୍ଲୀ: ଗାଜିଆବାଦରୁ ଏକ ପ୍ରେମୀଯୁଗଳଙ୍କ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଭିଡିଓରେ ଯୁବକ ଜଣକ ତାଙ୍କ ପ୍ରେମିକାଙ୍କୁ ପେଟ୍ରୋଲ ପମ୍ପ ପରିସରରେ ନିସ୍ତୁକମାଡ଼ ମାରୁଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଘଟୁଥିବା ବଳେ ଲୋକେ ଯୁବତୀଙ୍କୁ ଯୁବକଙ୍କ କବଳରୁ ଉଦ୍ଧାର କରିବା ବଦଳରେ ଘଟଣାର ଦୃଶ୍ୟକୁ ନିଜନିଜ ଫୋନ କ୍ୟାମେରାରେ କୈଦ କରୁଥିଲେ। 

ଏହି ଘଟଣାକୁ ନେଇ ପୀଡ଼ିତାଙ୍କ କହିବାନୁସାରେ, ‘ମୁଁ ପ୍ରେମିକାଙ୍କ ସହିତ ୫ବର୍ଷ ହେବ ଲିଭଇନରେ ରହୁଛି। ଏହି ଘଟଣା ପୂର୍ବରୁ ଗ୍ୟାସ ଜଳାଇ ମୋତେ ସେଥିରେ ମାରିବା ପାଇଁ ପ୍ରେମିକ ଉଦ୍ୟମ କରିଥିଲେ। କାରଣ ମୁଁ ଖବର ପାଇଥିଲି କି ମୋର ପ୍ରେମିକଙ୍କ ଅନ୍ୟ ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ରହିଛି। ଏ କଥା ମୁଁ ତାଙ୍କୁ ପଚାରିବାରୁ ସେ ମୋତେ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ। ଅନେକ ଥର ଜୀବନରୁ ମାରି ଦେବାକୁ ବି ଉଦ୍ୟମ କରିଛନ୍ତି।’

ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ ଯୁବକଙ୍କୁ ଅଟକ ରଖି ପଚାରଉଚରା ଜାରି ରଖିଛି। ଉଭୟ ଯୁବକ ଓ ଯୁବତୀଙ୍କ ବୟାନ ରେକର୍ଡ କରି ପୁଲିସ ଯାଞ୍ଚ ଆରମ୍ଭ କରିଛି। ଯାଞ୍ଚ ପରେ କିଏ ସତ କହୁଛି କିଲ ମିଛ କହୁଛନ୍ତି ସେ ବିଷୟରେ ସ୍ପଷ୍ଟ ଭାବେ କୁହାଯାଇ ପାରିବ ବୋଲି ଏହ ଘଟଣା ତଦନ୍ତ କରୁଥିବା ପୁଲିସ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।

ଅଧିକପଢ଼ନ୍ତୁ:ନାଳପାଣିରେ ଲେମ୍ବୁ ସରବତ କରି ପିଇଲେ ଯୁବକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe