ଥଣ୍ଡା କୋପରୁ ବଞ୍ଚିବା ପାଇଁ ଇଣ୍ଟର କଲେଜର ଲାଇବ୍ରେରୀରେ ନିଆଁ ଲଗାଇଦେଲା ଯୁବକ

Advertisment
ଥଣ୍ଡା କୋପରୁ ବଞ୍ଚିବା ପାଇଁ ଇଣ୍ଟର କଲେଜର ଲାଇବ୍ରେରୀରେ ନିଆଁ ଲଗାଇଦେଲା ଯୁବକ

ଡେରାଡୁନ: ସାରା ଦେଶରେ ଶୀତ ଲହରୀ ଜାରି ରହିବା ହେତୁ ଲୋକମାନେ ଥଣ୍ଡାରୁ ବଞ୍ଚିବା ପାଇଁ ନିଆଁ ପୁଇଁଛନ୍ତି। ତେବେ ଶୀତରୁ ବଞ୍ଚିବା ପାଇଁ ଜଣେ ଯୁବକ ଇଣ୍ଟର କଲେଜର ଏକ ଲାଇବ୍ରେରୀରେ ନିଆଁ ଲଗାଇ ଦେବାର ଏକ ଘଟଣା ସାମ୍ନାକୁ ଆସିଛି।

publive-image

ଏଭଳି ଏକ ଅଭାବନୀୟ ଘଟଣା ଖେତାଡି ଅଞ୍ଚଳରେ ଘଟିଛି। ଶୀତ କୋପରୁ ରକ୍ଷା ପାଇବା ପାଇଁ ଜଣେ ଯୁବକ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଇଣ୍ଟର କଲେଜର ତାଲା ଭାଙ୍ଗି ଲାଇବ୍ରେରୀରେ ପଶିଥିଲେ। ଏହା ସତ୍ତ୍ୱ ବି ଶୀତା ନକମିବାରୁ ସେ ଲାଇବ୍ରେରୀରେ ଥିବା ବହିରେ ନିଆଁ ଲଗାଇଦେଇଥିଲେ। ଏହି ନିଆରେ ପ୍ରାୟ ୩୦ ହଜାରରୁ ଅଧିକ ଟଙ୍କାର ବହି ଜଳିପୋଡି ପାଉଁଶ ହୋଇଥିବା ସୂଚନା ରହିଛି। ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଇଣ୍ଟର କଲେଜ କର୍ତ୍ତୃପକ୍ଷ ସ୍ଥାନୀୟ ପୁଲିସକୁ ଜଣାଇଥିଲେ। ପୁଲିସ କଲେଜ ଲାଇବ୍ରେରୀରେ ନିଆଁ ଲଗାଇଥିବା ଦୁର୍ବୃତ୍ତକୁ ଧରି ପଚରାଉଚରା କରିବା ସମୟରେ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe