ବଡ଼ ଅଜବ ଏ ପ୍ରେମ! ‘ସୁଇସାଇଡ୍‌ ନୋଟ୍‌’ରେ ପ୍ରେମିକାକୁ ଦାୟୀ କରି ଜୀବନ ହାରିଲେ ପ୍ରେମିକ‌

Advertisment
ବଡ଼ ଅଜବ ଏ ପ୍ରେମ! ‘ସୁଇସାଇଡ୍‌ ନୋଟ୍‌’ରେ ପ୍ରେମିକାକୁ ଦାୟୀ କରି ଜୀବନ ହାରିଲେ ପ୍ରେମିକ‌

ବାନ୍ଦା: ପ୍ରେମ ପାଇଁ ଜୀବନ ହାରିବା ଦିନକୁ ଦିନ ଏକ ସାଧାରଣ କଥା ପାଲଟି ଯାଉଛି। ଏକତରଫା ପ୍ରେମ ହେଉ ବା ଦୁଇ ତରଫା ହେଉ ସାମାନ୍ୟ ଭୁଲ୍‌ ବୁଝାମଣା ଅନେକ ଯୁବପିଢ଼ିଙ୍କ ଜୀବନହାନୀର କାରଣ ବନୁଛି।

ଉତ୍ତରପ୍ରଦେଶର ବାନ୍ଦାର ଜଣେ ଯୁବକ ତାଙ୍କ ପ୍ରେମିକା ପାଇଁ ନିଜକୁ ନିଜେ ଗୁଳି ମାରି ନିଜ ଜୀବନ ନେଇଥିବା ଅଭିଯୋଗ ହୋଇଛି। ମାମଲାଟି ପ୍ରେମ ବ୍ୟାପାରକୁ ନେଇ ହୋଇଛି ବୋଲି ଜାଣିବାକୁ ମିଳିଛି। ଯୁବକ ଜଣକ ନିଜକୁ ଗୁଳି କରି ଜୀବନ ହାରିବା ସହ ଘଟଣାସ୍ଥଳରେ ଏକ ସୁଇସାଇଡ୍‌ ନୋଟ୍‌ ଛାଡ଼ି ଯାଇଛନ୍ତି। ସେହି ସୁଇସାଇଡ୍‌ ନୋଟରେ ସେ ନିଜ ମୃତ୍ୟୁ ପାଇଁ ତାଙ୍କ ପ୍ରେମିକାଙ୍କୁ ଦାୟୀ କରିଛନ୍ତି।

ପୁଲିସ୍‌ ପାଇଥିବା ସୁଇସାଇଡ୍‌ ନୋଟରେ ଉଲ୍ଲେଖ କରାଯାଇଛି ଯେ ‘ମୁଁ ନିଜ ପ୍ରେମିକାକୁ ନେଇ ଖୁବ୍ ଅସନ୍ତୁଷ୍ଟ ଥିଲି। ଏହି କାରଣରୁ ନିଜ ଜୀବନ ହାରିବା ନିଷ୍ପତ୍ତି ନେଲି। ମୋ ମୃତ୍ୟୁ ପାଇଁ ମୋ ପ୍ରେମିକା ହିଁ ଦାୟୀ’

ଏହି ସୁଇସାଇଡ୍‌ ନୋଟ୍‌ ପାଇବା ପରେ ପୁଲିସ୍‌ ଏବେ ଯୁବକଙ୍କ କଲ୍‌ ଡିଟେଲ୍ସକୁ ଚେକ୍‌ କରିବାରେ ଲାଗିଛି। ଏହି ସୁଇସାଇଡ୍ ନୋଟ୍‌ରୁ ଏହା ସ୍ପଷ୍ଟ ଯେ ଯୁବକ ଜଣକ ପ୍ରେମ ପାଇଁ ଜୀବନ ହାରିଛନ୍ତି।

ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ ଯୁବକଙ୍କ ପ୍ରେମ ଏକତରଫା ଥିଲା। ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଯୁବକ ଜଣକ ବାନ୍ଦାଠାରେ ଏକ ଭଡ଼ା ଘରେ ରହି ଚାକିରି କରୁଥିଲେ। ଏ ନେଇ ଯୁବକଙ୍କ ପରିଜନଙ୍କୁ ସୂଚନା ଦିଆଯାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe