ଏକପାଖିଆ ପ୍ରେମରେ ବିଫଳ ହୋଇ ଯୁବତୀଙ୍କୁ ହତ୍ୟାକଲା ଯୁବକ

ଏକପାଖିଆ ପ୍ରେମରେ ବିଫଳ ହୋଇ ଯୁବତୀଙ୍କୁ ହତ୍ୟାକଲା ଯୁବକ

ହାଇଦ୍ରାବାଦ:ଆଗାମୀ ମକର ସଂକ୍ରାନ୍ତୀରେ ଗାଁରେଥିବା ବାପାମାଆଙ୍କ ପାଖକୁ ଯିବେ ବୋଲି ଜାନକୀ ଛୁଟି ନେଇ ସାରିଥିଲେ। ଘରକୁ ସେ ଗଲେ, ମାତ୍ର ଜୀବନ୍ତ ନୁହେଁ, ଜରି ଅଖାରେ ବନ୍ଧା ହୋଇ ଜାନକୀଙ୍କ ମୃତଦେହ ଗାଁରେ ପହଞ୍ଚିଲା। ଏକପାଖିଆ ପ୍ରେମ କରୁଥିବା ଜାନକୀଙ୍କ ଜଣେ ଜଣେ ୨୬ ବର୍ଷୀୟ ସହକର୍ମୀ ଫ୍ରେମରେ ବିଫଳ ହୋଇ ଜାନକୀଙ୍କୁ ଛୁରିକାଘାତ କରିବା ପରେ ତଣ୍ଟିଚିପି ହତ୍ୟା କରିଥିଲେ। ଏହି ଘଟଣା ହାଇଦ୍ରାବାଦ ଅଞ୍ଚଳରେ ର୍ଚ୍ଚାର ବିଷୟ ହୋଇଛି।

publive-image

କକୁଟପଲ୍ଲୀ ଏସିପି ଏନ ଭୁଜଙ୍ଗ ରାଓଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ,ହାଇଦ୍ରାବାଦ ମୁସାପେଟ୍‌ ଅଞ୍ଚଳରେ ଥିବା ଡି-ମାର୍ଟ ସୁପର ମାର୍କେଟରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଅଞ୍ଚଳର ଜାନକୀ(୨୪ ବର୍ଷ) ନାମକ ଜଣେ ଯୁବତୀ ସେଲ୍ସଗାର୍ଲ ଭାବେ କାର୍ଯ୍ୟ କରନ୍ତି।ପ୍ରାୟ ୩ ବର୍ଷ ତଳେ ଜାନକୀ ହାଇଦ୍ରାବାଦ ଆସି କୁକୁଟପଲ୍ଲୀ ଡି ମାର୍ଟ ବ୍ରାଞ୍ଚରେ ଜଣେ ସେଲ୍ସ ଗାର୍ଲ ଭାବେ କାର୍ଯ୍ୟ କରୁଥିଲେ। ସେହି କୁକୁଟପଲ୍ଲୀ ଡି ମାର୍ଟ ଶାଖାରେ ଅନନ୍ତ(୨୬ ବର୍ଷ) ନାମକ ଜଣେ ଯୁବକ ମଧ୍ୟ ସେଲ୍ସ ବୟ ଭାବେ କାର୍ଯ୍ୟ କରୁଥିଲେ। ତେବେ ଅନନ୍ତ ଧୀରେ ଧୀରେ ଜାନକୀଙ୍କ ପ୍ରତି ଆକର୍ଷିତ ହୋଇଥିଲେ ମଧ୍ୟ ଜାନକୀ ଅନନ୍ତଙ୍କୁ କେବଳ ନିଜର ଜଣେ ସହକର୍ମୀ ବ୍ୟତୀତ ଅନ୍ୟ କିଛି ଭାବେ ଗ୍ରହଣ କରି ନ ଥିଲେ। ତେବେ ପ୍ରାୟ ୬ ମାସ ତଳେ ଜାନକୀଙ୍କର ମୁସାପେଟ୍‌ ଅଞ୍ଚଳରେ ଥିବା ଡି ମାର୍ଟର ଅନ୍ୟ ଏକ ଶାଖାକୁ ବଦଳି ହୋଇଯାଇଥିିଳା। ମାତ୍ର ଅନନ୍ତ ସବୁଦିନ ଜାନକୀଙ୍କୁ ପିଛା କରୁଥଲେ। ଏପରିକି ଅନନ୍ତ ଥରେ ଜାନକୀଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ମାତ୍ର ଜାନକୀ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିଲେ।କେବଳ ସେତିକି ନୂହେଁ, ଅନନ୍ତ ଫୋନ୍‌ ଯୋଗେ ବାରମ୍ବାର ତାଙ୍କୁ ବିବାହ କରିବା ପାଇଁ ଜାନକୀଙ୍କୁ ବାଧ୍ୟ କରୁଥିଲେ।ଯଦି ଜାନକୀ ତାଙ୍କୁ ବିବାହ ନ କରନ୍ତି, ତେବେ ସେ ତାଙ୍କୁ ହତ୍ୟା କରିବା ସହିତ ନିଜେ ଆତ୍ମହତ୍ୟା କରି ଦେବେ ବୋଲି ଧମକ ଦେଇଥିଲେ।

publive-image
ତେବେ ଘଟଣାଦିନ ସନ୍ଧ୍ୟାରେ ଜାନକୀଙ୍କ ରୁମ୍‌ ମେଟ୍‌ ରୂପା ଘରକୁ ଫେରି ଜାନକୀ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଖଟ ଉପରେ ପଡ଼ିଥିବା ଦେଖି ତାଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନା ନେଇଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ଜାନକୀଙ୍କର ମୃତ୍ୟୁ ଘଟିଥିଲା। ଅନନ୍ତ ଜାନକୀଙ୍କ ଛାତି, ଜଙ୍ଘ ଓ ତଳିପେଟରେ ଛୁରିରେ ଆଘାତ କରିଥିଲେ। ତେବେ ଯଦି ଅନନ୍ତ ଜାନକୀଙ୍କ ତଣ୍ଟିଚିପି ତାଙ୍କୁ ଶ୍ୱାସରୁଦ୍ଧ କରି ନ ଥାନ୍ତେ, ତେବେ ଛୁୁରିକାଘାତ ସତ୍ତ୍ୱେ ଜାନକୀ ବଞ୍ଚିଯାଇଥାନ୍ତେ ବୋଲି ଡାକ୍ତରଖାନେ କହିଥିଲେ। ପୁଲିସ ସନ୍ଦେହ କରୁଛି ଯେ ଘଟଣାଦିନ ଜାନକୀଙ୍କୁ ଏକୁଟିଆ ପାଇ ଅନନ୍ତ ପୁଣି ଥରେ ବିବାହ ପ୍ରସ୍ତାବ ଦେଇଛି। ଜାନକୀ ଏଥିରେ ରାଜି ନ ହେବାରୁ ଘରେ ଥିବା ପରିବା କଟା ଛୁରିରେ ଅନନ୍ତ ତାଙ୍କୁ ଆକ୍ରମଣ କରିଛି ବୋଲି ଏସିପି ଏନ ଭୁଜଙ୍ଗ ରାଓ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe