୮ବର୍ଷ ପ୍ରେମ ସମ୍ପର୍କ ରଖିବା ପରେ ବିବାହ କରିବାକୁ ମନା କରିବାରୁ ପ୍ରେମିକ ଉପରକୁ ଏସିଡ ଫିଙ୍ଗିଲା ପ୍ରେମିକା

Advertisment
୮ବର୍ଷ ପ୍ରେମ ସମ୍ପର୍କ ରଖିବା ପରେ ବିବାହ କରିବାକୁ ମନା କରିବାରୁ ପ୍ରେମିକ ଉପରକୁ ଏସିଡ ଫିଙ୍ଗିଲା ପ୍ରେମିକା

oneindia

ନୂଆଦିଲ୍ଲୀ: ଅଗରତଲାରେ ଜଣେ ମହିଳା ତାଙ୍କ ପ୍ରେମିକ ଉପରକୁ ଏସିଡ୍ ଫିଙ୍ଗିଥିବା ଅଭିଯୋଗ ହୋଇଛି। ପ୍ରେମିକ ବିବାହ କରିବାକୁ ମନା କରିବାରୁ ମହିଳାଜଣକ ଏସିଡ୍ ଫିଙ୍ଗିଥିବା ଜଣା ପଡିଛି | ଅଭିଯୁକ୍ତ ୨୭ ବର୍ଷୀୟା ମହିଳାଙ୍କୁ ଖୋୱାଇର ସ୍ଥାନୀୟ କୋର୍ଟ ୧୪ ଦିନିଆ ନ୍ୟାୟିକ ରିମାଣ୍ଡରେ ପଠାଇ ଦେଇଛନ୍ତି। ବିବାହ ନକରିବା ସହ ପ୍ରେମିକ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିଥିବା ଜାଣି ଅଭିଯୁକ୍ତ ମହିଳା ଏଭଳି କରିଥିବା ଜଣା ପଡିଛି |

acid oneindia

ଅନ୍ୟ ପକ୍ଷରେ ଗୁରୁତର ଆହତ ପୀଡିତଙ୍କୁ ଅଗରତଲା ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି, ଯେଉଁଠାରେ ଡାକ୍ତରମାନେ ତାଙ୍କ ଅବସ୍ଥା ଗୁରୁତର ଥିବା କହିଛନ୍ତି। ଶରୀରର ଅଧିକାଂଶ ଅଙ୍ଗ ଜଳିଯାଇଥିବା ବେଳେ ପୀଡିତର ଶ୍ୱାସକ୍ରିୟା, ନାକ ଏବଂ ଆଖି ଅଧିକ ପ୍ରଭାବିତ ହୋଇଥିବା ଡାକ୍ତର କହିଛନ୍ତି | ଅଭିଯୁକ୍ତ ମହିଳାଜଣକ ବିନତା ସନ୍ଥଲ ବୋଲି ଜଣାପଡିଛି। ସନ୍ଥଲ ପୁଲିସକୁ କହିଛନ୍ତି ଯେ, ସେ ପୀଡିତଙ୍କ ସହ ୮ବର୍ଷରୁ ଅଧିକ ସମୟ ଧରି ପ୍ରେମ ସମ୍ପର୍କ ରଖିଥିଲେ। ବିବାହ କରିବାକୁ କହି ପୀଡିତ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିବାରୁ ରାଗିଯାଇଥିଲେ ଅଭିଯୁକ୍ତ ମହିଳା | ଯାହା ପରେ ସେ ଏଭଳି ପଦକ୍ଷପ ନେଇଥିବା ଜଣା ପଡିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe