ଚାରିଜଣ ଯୁବକ ଚଳନ୍ତା ଟ୍ରେନ୍‌ରେ ଦେଖାଉଛନ୍ତି ମୃତ୍ୟୁ ସହ ଖେଳ ! ଭିଡିଓ ଦେଖନ୍ତୁ

ଚାରିଜଣ ଯୁବକ ଚଳନ୍ତା ଟ୍ରେନ୍‌ରେ ଦେଖାଉଛନ୍ତି ମୃତ୍ୟୁ ସହ ଖେଳ ! ଭିଡିଓ ଦେଖନ୍ତୁ

ମୁମ୍ବାଇ: ଲୋକାଲ ଟ୍ରେନ୍‌ରେ ଷ୍ଟଣ୍ଟ ସମୟରେ ହେଉଥିବା ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏ ନେଇ ରେଲବାଇ ପକ୍ଷରୁ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିଲେ ବି ଏଭଳି ଘଟଣା ଥମିବାର ନାମ ହିଁ ନେଉ ନାହିଁ। ନିକଟରେ ମୁମ୍ବାଇର ଜିଟିବି ରେଳ ଷ୍ଟେସନ୍‌ରୁ ସିଏସ୍‌ଏମ୍‌ଟି ଷ୍ଟେସନ୍‌ ମଧ୍ୟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଚାରିଜଣ ଯୁବକ ଖୋଲାଖୋଲି ଭାବେ ଚଳନ୍ତା ଟ୍ରେନ୍‌ରେ ଷ୍ଟଣ୍ଟ ଦେଖାଉଥିବା ନଜର ଆସୁଛନ୍ତି।  ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ପରେ ଜିଆରପି ସେହି ଚାରିଜଣ ଯୁବକଙ୍କୁ ଧରିବା ପାଇଁ ଚେଷ୍ଟା କରୁଛନ୍ତି।

ସୂଚନାଯୋଗ୍ୟ, ଜୁଲାଇ ୨୫ ତାରିଖରେ ରେକର୍ଡ ହୋଇଥିବା ଏହ ଭିଡିଓ ଗୁରୁବାର ସାମ୍ନାକୁ ଆସିଛି। ଭିଡିଓରେ ନଜର ଆସୁଥିବା ୪ଜଣ ଯୁବକ ନିଜର ମୋବାଇଲ ଫୋନ୍‌ରେ ଏହି ଦୃଶ୍ୟକୁ କୈଦ କରିଥିଲେ। ଏଥିରେ ଦ୍ରୁତଗତିରେ ଥିବା ଲୋକାଲ ଟ୍ରେନ୍‌ର ଦ୍ୱାରରେ ଝୁଲି ଚାରିଜଣ ଯୁବକ ନିଜ ଜୀବନକୁ ତିଳେ ମାତ୍ର ଖାତିର ନକରି ଷ୍ଟଣ୍ଟ ଦେଖାଉଛନ୍ତି। ରେଳଲାଇନ୍‌ ପାର୍ଶ୍ୱରେ ଥିବା ସମସ୍ତ ଗଛପତ୍ରକୁ ଛୁଇଁବାକୁ ଚେଷ୍ଟା କରୁଛନ୍ତି। ଏହି ଚାରିଜଣ କିଏ ସେମାନଙ୍କ ସମ୍ପର୍କରେ ଏଯାବତ୍‌ କୌଣସି ଖବର ମିଳି ନାହିଁ। ଭିଡିଓରେ ଚାରିଜଣ ଯୁବକଙ୍କ ଚେହେରା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ସେଥିପାଇଁ ଖୁବ୍‌ଶୀଘ୍ର ତାଙ୍କୁ ଧରିହେବ ବୋଲି ପୁଲିସ ପକ୍ଷରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe