ମହିଳାଙ୍କ ସହ ଆପତ୍ତିଜନକ ଭିଡିଓ ଭାଇରାଲ ହେବାପରେ ଶିକ୍ଷକଙ୍କ ପ୍ରତିକ୍ରିୟା

ଭିଡିଓ ଭାଇରାଲ ‌ହେବାପରେ ଶିକ୍ଷକ ମିଥିଲେଶ ପ୍ରତିକ୍ରିୟା ଦେଇ କହିଲେ,‘ଭିଡିଓରେ ଦେଖିବାକୁ ମିଳୁଥିବା ମହିଳା ଜଣକ ହେଉଛନ୍ତି ମୋର ସ୍ତ୍ରୀ। ଏହା ୨୦୨୭ର ଭିଡିଓ ଥିବା ବେଳେ ପୁଣିଥରେ ହୋଇଛି ଭାଇରାଲ।

23


ନୂଆଦିଲ୍ଲୀ: ବିହାରର ଜହାନାବାଦରୁ ବିପିଏସସି ଶିକ୍ଷକଙ୍କ ଲଜ୍ଜାଜନକ କାମର ଏକ ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ଯେଉଁଥିରେ ଶିକ୍ଷକ ଜଣେ ଶିକ୍ଷୟିତ୍ରୀଙ୍କ  ସହ ଅଶ୍ଳୀଳ କାମ କରୁଥିବା ଦେଖିବାକୁ ମିଳିଛି। 
ସୂଚନା ଅନୁଯାୟୀ, ଏହି ଭିଡିଓ ଜହାନାବାଦ ସଦର ବ୍ଲକର ଧନୋତି ପ୍ରାଥମିକ ବିଦ୍ୟାଳୟର ଅଟେ। ଏହି ଭିଡିଓରେ ଦେଖିବାକୁ ମିଳୁଥିବା ଶିକ୍ଷକଙ୍କ ନାମ ମିଥିଲେଶ କୁମାର ବୋଲି କୁହାଯାଉଛି। ଯିଏକି ଜଣେ ମହିଳାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଥିବା ନଜର ଆସୁଛନ୍ତି। ଏହି ଭିଡିଓକୁ ଶିକ୍ଷକ ଜଣକ ନିଜେ ରେକର୍ଡ କରିଥିବା କୁହାଯାଉଛି। 
ଭିଡିଓ ଭାଇରାଲ ‌ହେବାପରେ ଶିକ୍ଷକ ମିଥିଲେଶଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ମିଥିଲେଶ କହିଛନ୍ତି, ‘ଏହି ଭିଡିଓ ମୋ ପରିବାରର। ଭିଡିଓରେ ଦେଖିବାକୁ ମିଳୁଥିବା ମହିଳା ଜଣକ ହେଉଛନ୍ତି ମୋର ସ୍ତ୍ରୀ। ଏହା ୨୦୨୭ର ଭିଡିଓ। ଯାହାକୁ ମୁଁ ମୋ ମୋବାଇଲରେ ରେକର୍ଡ କରିଥିଲି। ମୁଁ ମୋବାଇଲ ଖେଳାଉ ଖେଳାଉ ଏହି ଭିଡିଓ ଦେଖିବାକୁ ପାଇଥିଲି। ଯାହାକୁ ଡିଲିଟି କରିବାକୁ ଯାଉଥିବା ବେଳେ ଭୁଲବଶତଃ ଏହା ଶିକ୍ଷା ବିଭାଗର ଥିବା ହ୍ବାଟସଆପ ଗ୍ରୁପକୁ ଚାଲିଯାଇଥିଲା। ସେତେବେଳେ ଡିଲିଟି କରିବାର କୌଣସି ବିକଳ୍ପ ନଥିବାରୁ କାରି ପାରି ନଥିଲି। ୨୦୧୭ରେ ଏହି ଘଟଣାର ସମାଧାନ ହୋଇଯାଇଥିଲା। ପୁଣିଥରେ ଏହି ଭିଡିଓକୁ ସାମ୍ନାକୁ ଅଣାଯାଇ ମୋତେ ସ୍ପଷ୍ଟୀକରଣ ମଗାଯାଉଛି।’ 

ଏହି ଭିଡିଓ ଟୁଇଟର ହ୍ୟାଣ୍ଡେଲ @ପ୍ରାଣଜଲ ଯାଦବ ନାମକ ଆକାଉଣ୍ଟରେ ସେୟାର କରାଯାଇଛି। ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଶିକ୍ଷକ ମିଥିଲେଶ କୁମାରଙ୍କ ତୀବ୍ର ନିନ୍ଦା କରିବା ସହିତ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଶିକ୍ଷକ ଜଣକ ଶ୍ରେଣୀଗୃହରେ ଯଦି ଏପରି କାମ କରି ପାରୁଛନ୍ତି ତାଙ୍କ ପାଖରେ ଛାତ୍ରଛାତ୍ରୀମାନେ ସୁରକ୍ଷିତ କିପରି ରହିବେ ବୋଲି ଲେ‌ାକେ ପ୍ରଶ୍ନ କରିଛନ୍ତି। ଭିଡିଓ ଭାଇରାଲ ହେବାପରେ ଡିପିଓ ଶିକ୍ଷକ ମିଥିଲେଶଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏହି ନୋଟିସ ଆଧାରରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe