ବିବାହରେ ଅସନ୍ତୁଷ୍ଟ ନବବଧୂ ଶାଶୁଘରର ୧୩ ଜଣଙ୍କୁ ବିଷ ଦେଇ ହତ୍ୟା କଲେ

ବିବାହରେ ଅସନ୍ତୁଷ୍ଟ ନବବଧୂ  ଶାଶୁଘରର ୧୩ ଜଣଙ୍କୁ ବିଷ ଦେଇ ହତ୍ୟା କଲେ

representative image

ଇସଲାମାବାଦ: ଯୋର ଜବଦରଦସ୍ତ ବିବାହର କରୁଣ ପରିଣତି ଦେଖିବାକୁ ମିଳିଛି ପାକିସ୍ତାନର ପଞ୍ଜାବ ପ୍ରଦେଶରେ। ଜଣେ ଯୁବତୀଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବିବାହ କରି ଦିଆଯିବାରୁ , ଉତ୍‌କ୍ଷପ୍ତ ନବବଧୂ ବିଷ ଦେଇ ଶାଶୁଘର ପରିବାରର ୧୩ ଜଣଙ୍କୁ ହତ୍ୟା କରିଛନ୍ତି। ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ହୋଇଥିବା ଯୋଜନା ଫେଲ ମାରିଥିବା ବେଳେ ଏଥିରେ ବଳି ପଡ଼ିଛନ୍ତି ତାଙ୍କ ପରିବାରର ୧୩ ଜଣ। ଅନ୍ୟ ଅସୁସ୍ଥ ୨୮ ଜଣଙ୍କ ମଧ୍ୟରୁ ୧୪ ଜଣ ଏବେ ବି ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି।
ପୁଲିସ ସୂଚନା ଅନୁଯାୟୀ,ପାକିସ୍ତାନର ପଞ୍ଜାମ ପ୍ରଦେଶର ଦୌଲତପୁର ମୁଜାଫରଗଡ ଅଞ୍ଚଳର ଆମ୍‌ଜାଦଙ୍କ ସହିତ ଆଇଶା ବିବିଙ୍କର ଗତ ମାସକ ତଳେ ବିବାହ ହୋଇଥିଲା। ମାତ୍ର ଆଇଶା ଆମ୍‌ଜାଦଙ୍କୁ ବିବାହ କରିବାକୁ ଚାହୁଁ ନ ଥିବା ବେଳେ ଉଭୟ ପରିବାରର ବାଧ୍ୟ ବାଧକତାରେ ସେ ଆମ୍‌ଜାଦଙ୍କୁ ବିବାହ କରିଥିଲେ। ବିବାହ ପାରେ କିଛିଦିନ ସ୍ୱାମୀଙ୍କ ଘରେ ରହିଥିବା ଆଇଶା ଅସନ୍ତୁଷ୍ଟ ହୋଇ ବାପଘରକୁ ଫେରି ଆସିଥିଲେ। ମାତ୍ର ଏହାର କିଛି ଦିନ ପରେ ତାଙ୍କୁ ପୁଣି ଯୋର ଜବରଦସ୍ତ ଆମଜାଦଙ୍କ ଘରକୁ ଯିବାକୁ ପଡ଼ିଥିଲା। ଏଥିରେ ଆଇଶା ଏତେ ରାଗି ଯାଇଥିଲେ ଯେ ସେ ବିଷ ଦେଇ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ଏକ କ୍ଷୀର ଗ୍ଲାସ୍‌ରେ ଉତ୍କଟ ବିଷ ମିଶାଇ ଆମଜାଦଙ୍କୁ ପିଇବାକୁ ଦେଇଥିଲେ। ମାତ୍ର କୌଣସି କାରଣରୁ ଆମଜାଦ ଏହି କ୍ଷୀର ପି ନ ଥିଲେ। ପରେ ଏହି କ୍ଷୀର ଲସି ପ୍ରସ୍ତୁତି କ୍ଷୀରରେ ମିଶାଇ ଦିଆଯାଇଥିଲା ଓ ପରିବାରର ପ୍ରାୟ ୪୦ ରୁ ଊର୍ଧ୍ୱ ସଦସ୍ୟ ପିଇଥିଲେ। ଲସି ପିଇବା ପରେ ଜଣକ ପରେ ଜଣେ ସଦସ୍ୟଙ୍କର ମୃତ୍ୟୁ ଘଟିଥିଲା ଓ ଅନ୍ୟ ୨୮ ଜଣ ଗୁରୁତର ଭାବେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହି ରହସ୍ୟମୟ ମୃତ୍ୟୁର କାରଣ ଖୋଜିବା ପାଇଁ ପୁଲିସ ତଦନ୍ତ କରିବା ବେଳେ ଜାଣି ପାରିଥିଲା ଯେ ଲସିରେ ବିଷ ମିଶାଯାଇଥିଲା । ତେବେ ଏ ନେଇ ଆଇଶା ବିବିଙ୍କୁ ପଚରାଉଚରା କରାଯିବାରୁ ସେ ସମସ୍ତ କଥା ମାନି ଯାଇଥିଲେ ଓ ନିଜ ସ୍ୱାମୀଙ୍କୁ ମାରିବା ପାଇଁ ସେ କ୍ଷୀରରେ ବିଷ ମିଶାଇଥିଲେ। ମାତ୍ର ଭୂଲକ୍ରମେ ଏହି କ୍ଷୀର ଲସିରେ ମିଶିଯିବାରୁ ଅନ୍ୟମାନେ ବିଷକ୍ରିୟାରେ ମୃତ୍ୟୁ ବରଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe