ବାରଙ୍ଗ : ମାଉସୀ ପୁଅ ଭାଇକୁ କଟୁରିରେ ହାଣି ଭାଇ ଗିରଫ

Advertisment

୨ବସ୍ତା ଗଞ୍ଜେଇ ଜବତ, ବେପାରୀ ଗିରଫ, ଏୟାରପୋର୍ଟ ଥାନା ଅଂଚଳରେ ଅଭିଯୁକ୍ତ-ପୁଲିସ ଛକାପଞ୍ଝା

୨ବସ୍ତା ଗଞ୍ଜେଇ ଜବତ, ବେପାରୀ ଗିରଫ, ଏୟାରପୋର୍ଟ ଥାନା ଅଂଚଳରେ ଅଭିଯୁକ୍ତ-ପୁଲିସ ଛକାପଞ୍ଝା

ପୁଅ ମାଡ଼ରେ ବାପ ମୃତ; ଅଭିଯୁକ୍ତ ପୁଅ ଗିରଫ

Time

ବାରଙ୍ଗ : ମାଉସୀ ପୁଅ ଭାଇକୁ କଟୁରିରେ ହାଣି ଗୁରୁତର କରି ଗିରଫ ହୋଇଛି ଭାଇ। ଏଭଳି ଘଟଣା ଘଟିଛି ନନ୍ଦନକାନନ ଛକରେ। ଆଜି ସକାଳେ ରଘୁନାଥପୁର ଗ୍ରାମର ଗୋବିନ୍ଦ ରାଉତ(୨୭) ଏକ କଟୁରି ଧରି ନନ୍ଦନକାନନ ଛକରେ ମୋବାଇଲ ଦୋକାନ ଦେଇଥିବା ମାଉସୀ ପୁଅ ଭାଇ ବାଙ୍କୀ ଅଞ୍ଚଳର ବିଭୁଭୂଷଣ ସାହୁ(୩୦)ଙ୍କ ଦୋକାନକୁ ଆସିଥିଲା। ହଠାତ୍ ପାଟି କରି କଟୁରିରେ ବିଭୁଙ୍କୁ ଚୋଟ ପରେ ଚୋଟ ମାରିଥିଲା। ଉପସ୍ଥିତ ଲୋକେ ତାକୁ ଅଟକାଇବାରୁ ସେ ବିଭୁଙ୍କୁ ଛାଡ଼ି କିଛି ବାଟ ଚାଲିଯାଇଥିଲା। ହେଲେ ସେତିକିରେ ତା’ ମନ ବୁଝି ନ ଥିଲା ପୁଣି ଥରେ ଫେରି ଆସି ହାଣିଥିଲା। ଏହାପରେ ସେଠାରେ ପହଞ୍ଚିଥିବା ପୁଲିସ ତାକୁ କାବୁ କରି ଥାନାକୁ ନେଇ ଆସିଥିଲା। ବିଭୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁଲିସ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ପଠାଇଥିଲା। ସେଠାରେ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କ ଚିକିତ୍ସା ଚାଲିଛି। ନନ୍ଦନକାନନ ଥାନାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

୨ବସ୍ତା ଗଞ୍ଜେଇ ଜବତ, ବେପାରୀ ଗିରଫ
ଚନ୍ଦ୍ରଶେଖରପୁର : ଆଜି ବିଳମ୍ବିତ ରାତିରେ ନୀଳାଦ୍ରିବିହାର ପଣ୍ଡାପାର୍କ ବସ୍ତି(ଖ)ର ଏକ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଏକାଠି ହୋଇ ବସ୍ତିରେ ବହୁଦିନ ଧରି ଗଞ୍ଜେଇ ବେପାର କରୁଥିବା ଜଣେ ଯୁବକକୁ କାବୁ କରିଛନ୍ତି। ତା’ ନିକଟରୁ ମହିଳାମାନେ ୨ବସ୍ତା ଗଞ୍ଜେଇ ଜବତ କରିଛନ୍ତି। ଏନେଇ ଚନ୍ଦ୍ରଶେଖରପୁର ଥାନାକୁ ସୂଚନା ଦିଆଯିବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବେପାରୀ ଅନିଲ କୁମାର ପଣ୍ଡା(୩୦)କୁ ଗିରଫ କରି ଥାନାରେ ଅଟକ ରଖିଛି।

ଅଭିଯୁକ୍ତ-ପୁଲିସ ଛକାପଞ୍ଝା
ଭୁବନେଶ୍ୱର : ଆଜି ରାତିରେ ଏୟାରପୋର୍ଟ ଥାନା ଅଂଚଳରେ ଜଣେ ଅଭିଯୁକ୍ତ ସମସ୍ତଙ୍କୁ ଚକ୍‌ମା ଦେଇ ଖସି ଯାଇଛି। ସମ୍ପୃକ୍ତ ଅଭିଯୁକ୍ତ ଜଣକ ଭୁବନେଶ୍ବରରେ ଥିବା ଖବର ପାଇଁ ତାକୁ ଧରିବା ପାଇଁ ଗୋପାଳପୁର ମେରାଇନ ପୁଲିସ ଏଠାରେ ପହଂଚି ଜାଲ ବିଛାଇ ଥିଲା। ହେଲେ ପୁଲିସ ଖୋଜୁଥିବାର ସୂଚନା ପାଇ ଅଭିଯୁକ୍ତଜଣକ ଖସି ଯାଇଥିଲା। ଦୀର୍ଘ ସମୟ ପୁଲିସ ଛିଡା ହୋଇ ହତାଶ ହେବା ପରେ ଫେରି ଯାଇଥିଲା। ତେବେ ଅଭିଯୁକ୍ତ ଛାଡ଼ି ଯାଇଥିବା ଏକ କାର୍‌କୁ କେହି ଭାଙ୍ଗି ଦେଇଛି। ଅଭିଯୁକ୍ତକୁ ନ ପାଇବାରୁ ପୁଲିସ ଏଭଳି କାିଥିବା ସନ୍ଦେହ କରାଯାଉଛି। ଗାଡି ଭାଙ୍ଗିଯିବା ନେଇ ଅଭିଯୁକ୍ତ କୌଣସିଠାରେ କିଛି ଅଭିଯୋଗ କରିନାହାନ୍ତି। ଅଭିଯୁକ୍ତ ଜଣେ ଠିକାଦାର ବୋଲି ଜଣା ପଡ଼ିଛି। ତାଙ୍କ ନାମରେ ଗୋପାଳପୁର ମେରାଇନ ଥାନାରେ ମାମଲା ରହିଛି। ଏଣୁ ଗାଡି ଭାଙ୍ଗି ଥିଲେ ମଧ୍ୟ ସେ ପୁଲିସ ନାମରେ ଅଭିଯୋଗ କରୁନାହାନ୍ତି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe