ଭଉଣୀକୁ ମାଡ଼ ମାରି ଭାଇ ଗିରଫ

ଭଉଣୀକୁ ମାଡ଼ ମାରି ଭାଇ ଗିରଫ

ଭୁବନେଶ୍ୱର : ଭଉଣୀକୁ ମାଡ଼ ମାରିବା ଅଭିଯୋଗରେ ବଡ଼ଗଡ଼ ଥାନା ପୁଲିସ ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଟାଉନ୍‌ ଥାନା ଅଧୀନ ପୁରୁଣା ବ୍ରହ୍ମପୁର ଅଞ୍ଚଳର କୃଷ୍ଣ ଦାସ(୨୫)। ସେ ବଡ଼ଗଡ଼ ଥାନା ଅଧୀନ ବିଜେବି ନଗର ପାଣି ଟାଙ୍କି ବସ୍ତିରେ ରୁହେ। କୃଷ୍ଣର ଘର ପାଖରେ ତା’ ଭଉଣୀ ରୁବି ଦାସ ମଧ୍ୟ ରୁହେ। ଟଙ୍କା ପଇସା ଦେଣନେଣକୁ କେନ୍ଦ୍ର କରି ରବିବାର କୃଷ୍ଣ ଭଉଣୀକୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

୨ ଲୁଟେରା ଗିରଫ : ଟଙ୍କା, ମୋବାଇଲ୍‌ ଓ ବ୍ୟାଗ୍‌ ଜବତ

ଭୁବନେଶ୍ବର : ଲୁଟ୍‌ ଅଭିଯୋଗରେ ରେଳବାଇଥାନା ପୁଲିସ ୨ ଜଣଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କ ଠାରୁ ୮ହଜାର ଟଙ୍କା, ମୋବାଇଲ୍‌ ଫୋନ୍‌ ଓ ବ୍ୟାଗ୍‌ ଜବତ କରିଛି। ସେ‌ମାନେ ହେଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ସର୍ଜିପ ମଲ୍ଲିକ(୨୩) ଓ ସଞ୍ଜୀବ ବେହେରା(୧୯)। ରବିବାର ବିଳମ୍ବିତ ରାତିରେ ଆଲୋକ ନାୟକ ନାମକ ଜଣେ ବ୍ୟକ୍ତି ହାଇଦ୍ରାବାଦ ଯିବା ପାଇଁ ଷ୍ଟେସନ୍‌ରେ ଅପେକ୍ଷା କରିଥିଲେ। ଏହି ସମୟରେ ଲୁଟେରା ଦ୍ବୟ ତାଙ୍କ ବ୍ୟାଗ୍‌, ମୋବାଇଲ୍‌ ଓ ଟଙ୍କା ନେଇଯାଇଥିଲେ। ଆଲୋକ ପାଟି କରିବାରୁ ସେଠାରେ ଥିବା ପୁଲିସ କର୍ମଚାରୀ ଉଭୟଙ୍କୁ ଗୋଡ଼ାଇ ଗୋଡ଼ାଇ କବୁ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe