ସାଙ୍ଗମାନଙ୍କ ସହ ମିଶି ଭଉଣୀକୁ ଦୁଷ୍କର୍ମ ଉଦ୍ୟମ! ବିରୋଧ କରିବାରୁ ଜିଅନ୍ତା ଜାଳି ଦେଲା ଦାଦା ପୁଅ ଭାଇ

ମୁହଁରେ କପଡ଼ା ଦେଇ ସବୁଦିନ କରୁଥିଲେ ଦୁଷ୍କର୍ମ, ଗୋଡ଼ ଧରି ନେହୁରା ହେଲା ପରେ ବି ଛାଡ଼ିଲେନି: ନାବାଳିକାଙ୍କ ଲୋମଟାଙ୍କୁରା ବୟାନ

aajtak.intoday.in

ସାଗର : ମଧ୍ୟପ୍ରଦେଶର ସାଗରରେ ଘଟିଛି ଏକ ଅଭାବନୀୟ ଘଟଣା । ଦାଦା ପୁଅ ଭାଇ ସାଜିଛି ଦୁଷ୍କର୍ମକାରୀ । ନିଜ ସାଙ୍ଗମାନଙ୍କ ସହ ମିଶି ଦାଦାପୁଅ ଭାଇ ନାବାଳିକା ଭଉଣୀ ସହ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବାରୁ ତାକୁ ଜିଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି । ଏ ନେଇ ଅଭିଯୋଗ ହେବା ପରେ ପୁଲିସ ଏତଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଖୋଜିବା ଆରମ୍ଭ କରିଛି ।

ସୂଚନା ମୁତାବକ,ଏହି ଘଟଣାଟି ଘଟିଥିଲା ଗୁରୁବାର ସନ୍ଧ୍ୟାରେ । ପୀଡ଼ିତା ଜଣକ ଘରେ ଏକା ଥିବା ବେଳେ ପୀଡ଼ିତାଙ୍କ ଦାଦା ପୁଅ ଭାଇ ଏବଂ ତାଙ୍କ ସାଙ୍ଗମାନେ ଘରକୁ ଆସିଥିଲେ । ପୀଡ଼ିତା ଜଣକ ହଠାତ୍‌ କିଛି ଜାଣି ପାରି ନ ଥିବା ବେଳେ ଘରେ କେହି ନାହାନ୍ତି ପରେ ଆସିବ ବୋଲି ସେମାନଙ୍କୁ ଜଣାଇଥିଲେ । ଏହା ଶୁଣି ପୀଡ଼ିତାଙ୍କ ଭାଇ ତାଙ୍କ ସହ ଅସଦାଚରଣ କରିବା ଆରମ୍ଭ କରି ଦେଇଥିଲେ । ପୀଡ଼ିତାଙ୍କ ଭାଇ ଏବଂ ତାଙ୍କ ସାଙ୍ଗମାନେ ମିଶି ଦୁଷ୍କର୍ମର ଉଦ୍ୟମ କରିବାରୁ ପୀଡ଼ିତା ଜଣଙ୍କ ଡ଼ରରେ ଚିତ୍କାର କରିବାକୁ ଲାଗିଥିଲେ ।

publive-image Deccan Chronicle

ଧରା ପଡ଼ିଯିବା ଡ଼ରରେ ପୀଡ଼ିତାଙ୍କ ଦାଦାପୁଅ ଭାଇ ଏବଂ ତାଙ୍କ ସାଙ୍ଗମାନେ ରାଗରେ ଘର ଭିତରେ ପୀଡ଼ିତାଙ୍କୁ ଜିଅନ୍ତା ଜାଳି ଦେଇଥିଲେ । କାମ ସାରି ପରିବାର ଲୋକେ ଘରକୁ ଫେରିବା ପରେ ଆଉ କିଛି ବାକି ନ ଥିଲା । ପୂରା ଘଟଣା ବିଷୟରେ ପଡ଼ୋଶୀଙ୍କ ଠାରୁ ଜାଣି ପରିବାର ଲୋକେ ପୁଲିସରେ ଏତଲା ଦେବା ପରେ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe