ପୁଣି ଜବତ ହେଲା ବ୍ରାଉନ ସୁଗାର; ୨ ଗିରଫ

Advertisment
୬୪ ଗ୍ରାମ ବ୍ରାଉନ୍‌ସୁଗର ଜବତ, ୨ ଗିରଫ

ଭୁବନେଶ୍ୱର,: ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳ ହଳଦୀପଡ଼ିଆ ବସ୍ତିର ୨ଜଣ ଯୁବକଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ଆଜି ଗିରଫ କରିଛି। ସେମାନେ ହେଲେ, ଅଜୟ ପରିଡ଼ା ଓ ରମେଶ ଦାସ। ସେମାନଙ୍କ ନିକଟରୁ ପୁଲିସ ୨୦ ଗ୍ରାମ୍‌ ଓଜନର ବ୍ରାଉନ ସୁଗାର, ୫ ହଜାର ନଗଦ ଟଙ୍କା ଓ ଏକ ବାଇକ୍‌ ଜବତ କରିଛି। ଜବତ ବ୍ରାଉନସୁଗାରର ଅନ୍ତର୍ଜାତୀୟ ବଜାର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୁଲିସ କହିଛି। ଉଭୟ ଆଜି ବସ୍ତିରୁ ବ୍ରାଉନସୁଗାର ନେଇ ସହରକୁ ବିକ୍ରି କରିବାକୁ ଯାଉଥିବା ବେଳେ ପୁଲିସ ହାତରେ ଧରା ପଡ଼ିଥିଲେ। ତେବେ ଏମା‌ନେ ନିୟମିତ ବ୍ୟବସାୟୀ କି ନୁହେଁ, ସେ ନେଇ ପୁଲିସ ତଦନ୍ତ କରୁଥିବା ଭାରପ୍ରାପ୍ତ ଇନ୍‌ସ୍‌ପେକ୍ଟର ଦୟାନିଧି ନାୟକ କହିଛନ୍ତି। ଅପରପକ୍ଷେ ବର୍ଷ ଆରମ୍ଭର ୧୩ ଦିନ ଭିତରେ ଏହା ତୃତୀୟ ଘଟଣା ହୋଇଥିବା ବେଳେ ହଳଦୀପଡ଼ିଆ ବସ୍ତିର ଯୁବକ ଧରାପଡ଼ିବା ଦ୍ବିତୀୟ ଘଟଣା। ଗତ ୪ ତାରିଖ ଦିନ ହଳଦୀପଡ଼ିଆ ବସ୍ତିରୁ ୩୮୫ଗ୍ରାମ୍‌ ବ୍ରାଉନ ସୁଗାର ଜବତ ହୋଇଥିବା ବେଳେ ୩ଜଣ ବନ୍ଧା ହୋଇଥିଲେ। ଦୁଇ ଦିନ ତଳେ ଅର୍ଥାତ୍‌ ଗତ ୧୧ ତାରିଖ ଦିନ କୋଳଥିଆ ଛକଠାରେ ୧୧ଗ୍ରାମ୍‌ ଜବତ ହୋଇଥିଲା। ଅର୍ଥାତ୍‌ ୧୩ ଦିନରେ ୪୧୬ ଗ୍ରାମ୍‌ ବ୍ରାଉନ ସୁଗାର ଜବତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe