ବ୍ରାଉନ୍‌ସୁଗାର ଜବତ

Advertisment
୭ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ, ଖଣ୍ତଗିରି ମେଳାରୁ ଧରାହେଲା ଡିଲର‌୍‌

ଭୁବନେଶ୍ୱର: କୁଇକ୍‌ ଆକ୍ସନ ଟିମ୍‌କୁ ଆଜି ପୁଣି ଏକ ସଫଳତା ମିଳିଛି। ୟୁନିଟ୍‌-୪ ମାର୍କେଟରୁ ୧୪ ଗ୍ରାମ୍‌ ବ୍ରାଉନସୁଗାର ଜବତ କରାଯାଇଛି। ଏହି କାରବାରରେ ସଂପୃକ୍ତ ଜଣେ ଯୁବକଙ୍କୁ ଖାରବେଳ ନଗର ଥାନା ପୁଲିସ ଅଟକ ରଖିଛି। ସେ ହେଲା, ମହମ୍ମଦ ଅଜିତ୍‌ (୩୧)। ଘର ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜରୀ ଗ୍ରାମରେ। ଜବତ ବ୍ରାଉନସୁଗାର୍‌ର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ତିନି ଦିନ ତଳେ ଜଣେ ବ୍ୟବସାୟୀକୁ ରସୁଲଗଡ଼ ଛକ ନିକଟରୁ କଟକ ଅବକାରୀ ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ଧରିଥିଲା। ସୂଚନାଯୋଗ୍ୟ ଯେ, ଏହି ଅଭିଯୁକ୍ତ ଦୀର୍ଘ ଦିନ ହେବ ବାଲେଶ୍ବର ଅଞ୍ଚଳରୁ ବ୍ରାଉନ୍‌ସୁଗାର ଆଣି ଏଠାରେ ବେପାର କରୁଥିଲେ। ବିଭିନ୍ନ ବସ୍ତି ଅଞ୍ଚଳ ସହ କଲେଜ୍‌ ଛାତ୍ରଙ୍କୁ ଟାର୍ଗେଟ କରି ଏହି ବ୍ୟବସାୟ ଚଳାଇଥିଲେ। କୁଇକ ଆକ୍ସନ ଟିମ ତାକୁ କିଛି ଦିନ ହେବ ପିଛା କରିଥିଲା। ଆଜି ଟିମ୍‌କୁ ସଫଳତା ମିଳିଛି। ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe