୪୫ଗ୍ରାମ ବ୍ରାଉନ୍‌ସୁଗାର ଓ ଲକ୍ଷେ ଟଙ୍କା ଜବତ ମହିଳାଙ୍କ ସମେତ ଦୁଇ ଗିରଫ

ଟ୍ରେଲର୍‌ ଜବତ, ଚାଳକ ଗିରଫ

ଭୁବନେଶ୍ୱର: ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ଵାଡ୍‌ ଓ ସ୍ପେସାଲ ସ୍କ୍ଵାଡ୍‌ ମିଳିତ ଚଢ଼ଉ କରି ୨ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୪୫ ଗ୍ରାମ ବ୍ରାଉନ୍‌ସୁଗାର ଓ ଲକ୍ଷେ ୯ହଜାର ଟଙ୍କା ଜବତ କରିଛି। ସେମାନେ ହେଲେ ଲିଙ୍ଗରାଜ ଥାନା ଅଧୀନ ବଶିଷ୍ଠନଗର ଅଞ୍ଚଳର ସରୋଜ ପାତ୍ର(୩୫) ଓ ସାମନ୍ତରାପୁର ଅଞ୍ଚଳର ରଞ୍ଜୁ ପ୍ରଧାନ(୪୮)। ତେବେ ବାଲେଶ୍ୱରରୁ ଏହି ର‍୍ୟାକେଟ୍‌ ରାଜଧାନୀ ପର୍ଯ୍ୟନ୍ତ ଲମ୍ବିଥିବା ପୁଲିସ ଜାଣିବାକୁ ପାଇଛି।

ପୁଲିସ ସୂଚନା ମୁତାବକ, ଦୀର୍ଘଦିନ ହେବ ସରୋଜ ଓ ରଞ୍ଜୁ ସ୍ଥାନୀୟ ଅଞ୍ଚଳରେ ବ୍ରାଉନ୍‌ସୁଗାର ବ୍ୟବସାୟ କରିଆସୁଥିଲା। ସରୋଜ ଖୋର୍ଧାରୁ ବ୍ରାଉନସୁଗାର ଆଣି ଭୁବନେଶ୍ୱରର ବିଭିନ୍ନ ସ୍ଥାନକୁ ଯୋଗାଉଥିଲା। ସେହିପରି ରଞ୍ଜୁ ସରୋଜଠାରୁ ବ୍ରାଉନ୍‌ସୁଗାର ନେଇ ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲା। ଗୁରୁବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ସ୍ପେସାଲ ସ୍କ୍ଵାଡ୍‌ ଓ ଫ୍ଲାଇଂ ସ୍କ୍ଵାଡ୍‌ ଟିମ୍‌ ମିଳିତ ଭାବେ ସରୋଜ ଘରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ସେଠାରୁ ୨୦ଗ୍ରାମ ବ୍ରାଉନ୍‌ସୁଗାର ଓ ୨୯୦୮୦ଟଙ୍କା ଜବତ ହୋଇଥିଲା। ଏହାପରେ ଉଭୟ ଟିମ୍‌ ରଞ୍ଜୁ ଘର ଚଢ଼ଉ କରିଥିଲେ। ପୁଲିସ ରଞ୍ଜୁକୁ ଗିରଫ କରିବା ସହ ୨୫ ଗ୍ରାମ ବ୍ରାଉନ୍‌ସୁଗାର ଓ ୮୦ ହଜାର ଟଙ୍କା ଜବତ କରିଥିଲା। ପୁଲିସ ଉଭୟଙ୍କୁ ଆଣି ପଚରାଉଚରା ପରେ ସେମାନେ ଖୋର୍ଧାରୁ ବ୍ରାଉନ୍‌ସୁଗାର ଆଣୁଥିବା ମାନିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe