ବ୍ରାଉନ ସୁଗାର ଜବତ, ମହିଳା ଗିରଫ

ବ୍ରାଉନ ସୁଗାର ଜବତ, ମହିଳା ଗିରଫ

India Today

ଭୁବନେଶ୍ୱର: ହଳଦୀପଡ଼ିଆ ବସ୍ତିରୁ ପୁଣି ଜବତ ହୋଇଛି ବ୍ରାଉନ୍‌ ସୁଗାର। ଏହି ଘଟଣାରେ ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ସେ ହେଲେ ଦିଲ୍ଲୀପ ସିଂଙ୍କ ପତ୍ନୀ କୁନି ସିଂ। କ୍ୟୁଏଟି ଓ ଲକ୍ଷ୍ମୀସାଗର ଥାନା ପୁଲିସ ମିଳିତ ଭାବେ ଚଢ଼ଉ କରି ତା’ ଠାରୁ ୧୯ ଗ୍ରାମ୍‌ର ବ୍ରାଉନ୍‌ ସୁଗାର ଜବତ କରିଛନ୍ତି। ଯାହାର ବଜାର ମୂଲ୍ୟ ୧ ଲକ୍ଷ ୯୦ ହଜାର ଟଙ୍କା ହେବ‌ ବୋଲି ଅନୁମାନ କରାଯାଉଛି। ଅଭିଯୁକ୍ତଠାରୁ ୯ଶହ ଟଙ୍କା ଓ ଏକ ମୋବାଇଲ ଫୋନ୍‌ ଜବତ କରାଯାଇଛି। ଏ ନେଇ ଏକ ମାମଲା(୧୫୪/୧୯) ରୁଜୁ କରାଯିବା ସହ ତଦନ୍ତ ଆରମ୍ଭ ହୋଇଛି। ଏହ ବେପାର ସହ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି, କିଏ ମାଲ୍‌ ଯୋଗାଉଛି ଓ କେଉଁମାନେ ଏହାର ଗ୍ରାହକ ସେ ସଂପର୍କରେ ପୁଲିସ ଅଧିକ ପଚରାଉଚରା କରୁଛି। ତେବେ ଏହି ବସ୍ତିରୁ ପୂର୍ବରୁ ୨ ଜଣ ଗିରଫ ହୋଇଥିବା ବେଳେ ୬ ମାସ ମଧ୍ୟରେ କୁନି ତୃତୀୟ ମହିଳା ବୋଲି ପୁଲିସ କହିଛି। ତେବେ କୁନିଙ୍କ ବିରୋଧରେ ପୂର୍ବରୁ ବ୍ରାଉନ୍‌ ସୁଗାର ବିକିବା ଅଭିଯୋଗ ନାହିଁ, କିନ୍ତୁ ସେ ଦୀର୍ଘ ଦୁଇବର୍ଷ ହେବ ଏହି ବେପାରରେ ଥିବା ପୁଲିସ କହିଛି। ଏସ୍‌ଆଇ ବିଶ୍ବନାଥ ପ୍ରଧାନ ମାମଲାର ତଦନ୍ତ କରୁଛନ୍ତି।

ସୂଚନା ମୁତାବକ, ଏଠାରେ ବେପାର ଚାଲିଥିବା ଉଭୟ ପୁଲିସ ଓ ଅବକାରୀ ବିଭାଗ ପାଖରେ ଖବର ରହିଥିଲା। ଖବର ପାଇବା ପରେ କ୍ୟୁଏଟି ନଜର ରଖିଥିଲା। ଆଜି ଅପରାହ୍‌ଣରେ କୁନି ଅଣ୍ଟାରେ ଏକ ବ୍ରାଉନ୍‌ ସୁଗାର ପୁଡ଼ିଆ ରଖି ବିକିବା ପାଇଁ ବସ୍ତି ବାହାରକୁ ଆସୁଥିଲେ। ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଓ କ୍ୟୁଏଟି ମିଳିତ ଭାବେ କୁନି ଆସୁଥିବା ରାସ୍ତାକୁ ସିଲ କରିଥିଲେ। କୁନି ବିଦ୍ୟୁତ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପୂର୍ବରୁ କ୍ୟୁଏଟିର କର୍ମଚାରୀ ତାକୁ କାବୁ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe