ସତ୍ୟନଗର ଅଞ୍ଚଳରୁ ୧୧ ଗ୍ରାମ୍‌ ବ୍ରାଉନସୁଗାର ଜବତ, ୨ ଗିରଫ

Advertisment
ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ

India Today

ଭୁବନେଶ୍ୱର : ସହିଦନଗର ଥାନା ପୁଲିସ ସତ୍ୟନଗର ଅଞ୍ଚଳରୁ ଦୁଇଜଣ ନିଶା ବେପାରୀଙ୍କୁ ଗିରଫ କରିଛି। ସେମାନେ ହେଉଛନ୍ତି ଶାନ୍ତିପଲ୍ଲୀ ବସ୍ତିର କାହ୍ନା ଦାସ ଓ ଚରଣ ବାହାଲିଆ। ସେମାନଙ୍କ ଠାରୁ ୧୧ଗ୍ରାମ୍‌ ଓଜନର ବ୍ରାଉନସୁଗାର ଜବତ କରାଯାଇଛି। ଜବତ ନିଶାଦ୍ରବ୍ୟର ବଜାର ଦର ୧ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ପୁଲିସ କହିଛି। ଗତ ରାତିରେ ଏମାନେ ବମିଖାଲ ଲେଭଲ କ୍ରସିଂ କଡ଼ରେ ଏହି ନିଶାଦ୍ରବ୍ୟ ବିକ୍ରି କରିବା ପାଇଁ ଆଣିଥିବା ଖବର ପାଇ ପିସିଆର ଭ୍ୟାନ୍‌ ସେମାନଙ୍କ ପିଛା କରିଥିଲା। ଲେଭଲ କ୍ରସିଂ ନିକଟରେ ପୁଲିସ ଦେଖି ସେମାନେ ଦଉଡ଼ିବା ବେଳେ ଧରା ପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe