ଭୁବନେଶ୍ବର : ବ୍ରାଉନ୍‌ସୁଗାର ଜବତ, ଯୁବକ ଗିରଫ

Advertisment

୪୦ ଲକ୍ଷ ଚଳୁ, ଗାର୍ମେଣ୍ଟ୍ ଏଜେଣ୍ଟ ଗିରଫ

୪୦ ଲକ୍ଷ ଚଳୁ, ଗାର୍ମେଣ୍ଟ୍ ଏଜେଣ୍ଟ ଗିରଫ

ଭୁବନେଶ୍ବର : ବ୍ରାଉନ୍‌ସୁଗାର ଜବତ, ଯୁବକ ଗିରଫ

ଭୁବନେଶ୍ବର : ଆଜି ମଧ୍ୟାହ୍ନରେ କୁଆଖାଇ ପୋଲ ନିକଟରେ ଚଢ଼ଉ କରି ମଞ୍ଚେଶ୍ବର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିବା ସହ ତା’ଠାରୁ ୯ ଗ୍ରାମ୍‌ ୬ ମିଲିଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିଛି। ଅଭିଯୁକ୍ତ ହେଲା, ମାହାଙ୍ଗା ବରାହୀପୁରର ବିନୋଦ କୁମାର ସେଠୀ। ସେ ବାଲିଅନ୍ତା ଓମ୍‌ଫେଡ଼୍‌ ଛକ ନିକଟରେ ଦୀର୍ଘ ଦିନ ହେବ ରହି ଏହି ବେଆଇନ ବେପାର କରୁଥିଲା। ନିଶାଦ୍ରବ୍ୟ ସହ ଗୋଟିଏ ସ୍କୁଟି ମଧ୍ୟ ଜବତ ହୋଇଛି। ତାକୁ କୋର୍ଟ ଚାଲାଣ କରାଯାଇଛି। କୁଆଘାଇ ବାଲିଘାଟ ନିକଟରେ ସେ ବିଭିନ୍ନ ଟ୍ରକ୍‌ ଚାଳକ ଓ ବାଲି ମାଫିଆଙ୍କୁ ଏହି ନିଶାଦ୍ରବ୍ୟ ଯୋଗାଉଥିଲା। ହାଇଟେକ୍‌ ଛକରେ ମଧ୍ୟ ସେ କେତେକ କଲେଜ୍‌ ଛାତ୍ରଙ୍କୁ ଯୋଗାଉଥିଲା। ସେ କାହାଠାରୁ ଆଣୁଥିଲା ସେ ନେଇ ପୁଲିସ ସୂଚନା ପାଇଛି। ଖୁବ୍‌ଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଧରାଯିବ ବୋଲି ପୁଲିସ କହିଛି।

୪୦ ଲକ୍ଷ ଚଳୁ, ଗାର୍ମେଣ୍ଟ୍ ଏଜେଣ୍ଟ ଗିରଫ
ଖଣ୍ଡଗିରି : ବରମୁଣ୍ଡା ରୁଚିକା ମାର୍କେଟ୍‌ର ଲୁଗା ବ୍ୟବସାୟୀ ମନମୋହନ ସାହୁଙ୍କଠାରୁ ୪୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣେ ଗାର୍ମେଣ୍ଟ ଏଜେଣ୍ଟକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲା ମଞ୍ଚେଶ୍ବର ଥାନା ଚକେଇସିହାଣିରେ ରହୁଥିବା କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାର ପ୍ରକାଶ କୁମାର ସୁତାର(୩୫)।

ସୂଚନାନୁସାରେ ୨୦୦୯ ମସିହାରେ ମନମୋହନ ବ୍ୟବସାୟ ପାଇଁ ବ୍ୟାଙ୍କ ଋଣ କରିବା ସମୟରେ ବ୍ୟାଙ୍କର ଏଜେଣ୍ଟ ଥିବା ପ୍ରକାଶ ସହ ପରିଚୟ ହୋଇଥିଲା। ସେ ଜଣେ ଗାର୍ମେଣ୍ଟ ଏଜେଣ୍ଟ ବୋଲି ମନମୋହନଙ୍କୁ କହିଥିଲା। ଏହାପରେ ପ୍ରକାଶ ତାଙ୍କୁ ଗୁଜୁରାଟରୁ ଶାଢ଼ି ଓ ଅନ୍ୟାନ୍ୟ ପୋଷାକପତ୍ର ଯୋଗାଇ ଦେଇଥିଲା। ତେବେ ଗତବର୍ଷ ସେ ଦୁଇଟି ପର୍ଯ୍ୟାୟରେ ମନମୋହନଙ୍କଠାରୁ ୪୮ ଲକ୍ଷ ଟଙ୍କା ନେଇଥିଲା। ମାତ୍ର ଶାଢ଼ି ଓ ପୋଷାକପତ୍ର ଦେଇନଥିଲା। ବାରମ୍ବାର ଅନୁରୋଧ କରିବା ପରେ ସେ ମାତ୍ର ୮ ଲକ୍ଷ ଟଙ୍କା ଫେରାଇଥିଲା। ଅବଶିଷ୍ଟ ଟଙ୍କା ନ ଫେରାଇବାରୁ ମନମୋହନ ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe