ଏସ୍‌ଟିଏଫ୍ ଟାର୍ଗେଟରେ ବ୍ରାଉନ୍‌ସୁଗାର ବ୍ୟବସାୟୀ : ୫ ଦିନରେ ୩ ମାମଲା, ଢେଙ୍କାନାଳରୁ୧୮ ଗ୍ରାମ ବ୍ରାଉନସୁଗାର ଜବତ, ୧.୧ ଲକ୍ଷ ଟଙ୍କା ସହିତ ଜଣେ ଗିରଫ

ହ୍ୱାଟ୍‌ସଆପ୍ ଗ୍ରୁପ୍‌ରେ ଅଶ୍ଳୀଳ ଭିଡିଓ, ବିଧାୟକଙ୍କ ଅଭିଯୋଗ ପରେ ୪ ଅଟକ

pakistantoday.com.pk

ଭୁବନେଶ୍ବର : କ୍ରାଇମବ୍ରାଞ୍ଚର ଏସଟିଏଫ୍‌ ଟାର୍ଗେଟ୍‌ରେ ବ୍ରାଉନସୁଗାର ବେପାରି। ଗତ ୫ ଦିନ ମଧ୍ୟରେ ଏସଟିଏଫ୍ ୯ ଜଣଙ୍କୁ ଗିରଫ କରିବା ସହିତ, ୬୩ ଗ୍ରାମର ବ୍ରାଉନସୁଗାର ଓ ନଗଦ ପାଖାପାଖି ୮ ଲକ୍ଷ ଟଙ୍କା ଜବତ କରି ସାରିଲାଣି। ଏଭଳି ଚଢ଼ଉ ଆଗାମୀ ଦିନରେ ଆହୁରି ଜୋରଦାର ହେବ ବୋଲି ଏସଟିଏଫ୍ ସୂଚନା ଦେଇଛି। ଆଜି ମଧ୍ୟ ଏକ ବିଶେଷସୂତ୍ରରୁ ଖବର ପାଇ ଏସଟିଏଫ୍ ଢ଼େଙ୍କନାଳରେ ଚଢ଼ଉ କରିଥିଲା। ଚଢ଼ଉ ବେ‌ଳେ ଜଣେ ବେପାରୀକୁ ଗିରଫ କରାଯିବା ସହ ତା’ ନିକଟରୁ ୧୮ଗ୍ରାମର ବ୍ରାଉନସୁଗାର, ଗୋଟିଏ ବୁଲେଟ, ନଗଦ ୧ଲକ୍ଷ ୧୦ ହଜାର ଟଙ୍କା ଜବତ କରାଯାଇଛି। ଗିରଫ ବ୍ରାଉନ ସୁଗାର ବେପାରୀର ନାଁ ସନ୍ଦୀପ କୁମାର ସ୍ବାଇଁ ଓରଫ୍ ବାପୁନି(୩୨)। ଘର ଢ଼େଙ୍କାନାଳ ଟାଉନ ଥାନା ଅଧୀନ ଲକ୍ଷ୍ମୀବଜାର। ଆଜି ତାର ଘରେ ଚଢ଼ଉ ବେଳେ ବ୍ରାଉନସୁଗାର ଜବତ ହୋଇଥିଲା। ସଂଧ୍ୟାରେ ତାକୁ ଢେଙ୍କାନାଳ କୋର୍ଟ ଚାଲାଣ କରାଯାଇଥିଲା। ସେହିପରି ଚଳିତ ମାସ ୫ତାରିଖରେ ଏସଟିଏଫ୍ ପୁରୀରେ ଚଢ଼ଉ କରି ୭ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିବା ସହ ୧୦ଗ୍ରାମର ବ୍ରାଉନସୁଗାର, ନଗଦ ୬ଲକ୍ଷ ଟଙ୍କା ଜବତ କରିଥିଲା। ସେହିଦିନ ଏସଟିଏଫ୍ ବାଲେଶ୍ବର ଜିଲ୍ଲାର ଜଳେଶ୍ବରରେ ଚଢ଼ଉ କରି ୩୫ ଗ୍ରାମର ବ୍ରାଉନସୁଗାର, ନଗଦ ୧ ଲକ୍ଷ ୪୭ ହଜାର ଟଙ୍କା ଜବତ କରିବା ସହିତ ଜଣକୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe