ବ୍ରାଉନ୍‌ସୁଗାର ବେପାରୀ ଗିରଫ

Advertisment

୧୩ ଗ୍ରାମ ବ୍ରାଉନ୍‌ସୁଗାର ଓ କାର୍‌ ଜବତ

୧୩ ଗ୍ରାମ ବ୍ରାଉନ୍‌ସୁଗାର ଓ କାର୍‌ ଜବତ

ବ୍ରାଉନ୍‌ସୁଗାର ବେପାରୀ ଗିରଫ

ଭୁବନେଶ୍ୱର : ଚୋରା ବ୍ରାଉନ୍‌ସୁଗାର କାରବାର ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଚନ୍ଦନ କୁମାର ବେହେରା (୨୭) ନାମକ ଜଣେ ବ୍ରାଉନ୍‌ସୁଗାର ବେପାରୀକୁ ଗିରଫ କରିଛି। ପୁଲିସ ତା’ ନିକଟରୁ ୧୩ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିବା ସହ ଗୋଟିଏ କାର୍‌ ଜବତ କରିଛି।

ପୁଲିସ ସୂଚନା ମୁତାବକ, ସୋମବାର ପୂର୍ବାହ୍ଣ ପ୍ରାୟ ୧୦ଟାରେ ଚନ୍ଦନ ଜଗନ୍ନାଥନଗର ବିବେକାନନ୍ଦ ପ୍ଲାଜା ନିକଟରେ ବ୍ରାଉନ୍‌ସୁଗାର ବିକ୍ରି ପାଇଁ ଆସିଥିବା ପୁଲିସ ଜାଣିବାକୁ ପାଇଥିଲା। ପୁଲିସର ଏକ ଟିମ୍‌ ସେଠାରେ ପହଞ୍ଚି ପୂର୍ବରୁ ପାର୍କିଂ କରିଥିବା ଏକ କାର୍‌କୁ ଦେଖି ସନ୍ଦେହ କରିଥିଲା। କାର୍‌ ନିକଟକୁ ପୁଲିସ ଯିବାରୁ ଯୁବକ ଜଣଙ୍କ ଘଟଣାସ୍ଥଳରୁ ଫେରାର୍‌ ହେବାକୁ ଉଦ୍ୟମ କରିଥିଲା। ଫଳରେ ପୁଲିସ କିଛିବାଟ ପିଛା କରିବା ପରେ କାର୍‌କୁ ଅଟକାଇଥିଲା। କାର୍‌ ଯାଞ୍ଚ କରିବାରୁ ପୁଲିସ ୩ଶହ ପୁଡ଼ିଆ ବ୍ରାଉ୍‌ସୁଗାର ଜବତ କରିବା ସହ ଚନ୍ଦନକୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe