ବେଙ୍ଗାଲୁର: କର୍ଣ୍ଣାଟକ ବିଧାନସଭାର ବହୁଜନ ସମାଜ ପାର୍ଟି(ବିଏସ୍ପି) ବିଧାୟକ ଏନ୍ ମହେଶ ସୋମବାର ବିଧାନସଭା ମଧ୍ୟରେ ଜଣେ ଯୁବତୀଙ୍କ ଫଟୋ ଦେଖୁଥିବା ଅଭିଯୋଗ ହୋଇଛି। ମହେଶ କେବଳ ବିଧାନସଭା ଭିତରକୁ ମୋବାଇଲ୍ ନେଇ ନଥିଲେ ବରଂ ବିଧାନସଭାରେ ଅଧିବେଶନ ଚାଲୁଥିବା ସମୟରେ ସେ ମୋବାଇଲ୍ ବ୍ୟବହାର ମଧ୍ୟ କରୁଥିଲେ। ଯାହା ବି ହେଉ, ମହେଶ ନିଜ ଦୋଷ ସ୍ୱୀକାର କରିଛନ୍ତି। ମହେଶଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ସେ ତାଙ୍କ ପୁଅ ପାଇଁ ଆସିଥିବା ଝିଅ ପ୍ରସ୍ତାବର ଫଟୋ ଦେଖୁଥିଲେ ବୋଲି ସଫେଇ ଦେଇଛନ୍ତି।
ମଣମାଧ୍ୟମରେ ମୁହଁ ଖୋଲି ସେ କହିଛନ୍ତି କି ‘ହଁ ମୁଁ ଭିତରକୁ ଫୋନ୍ ନେଇଥିଲି। ତାହା ନିଶ୍ଚିତ ଭାବେ ଭୁଲ୍ ଅଟେ। ମୁଁ ଏପରି ଆଉ କେବେ କରିବି ନାହିଁ। ମାତ୍ର ଏହା କିପ୍ରକାର ସାମ୍ବାଦିକତା ଯେ ଆପଣମାନେ ସବୁ ପ୍ରକାର କଥାକୁ ବଢ଼େଇ ଚଢ଼େଇ ଖବର କରି ପକାଉଛନ୍ତି? ଜଣେ ବାପା ହିସାବରେ ମୁଁ ମୋ ପୁଅ ପାଇଁ ବୋହୂ ଦେଖୁଥିଲି।’ ଉଲ୍ଲେଖଯୋଗ୍ୟ, ମହେଶ କର୍ଣ୍ଣାଟକର ମନ୍ତ୍ରୀ ମଧ୍ୟ।
Follow Us