ହେଲୋ...ମୁଁ ବ୍ୟାଙ୍କରୁ କହୁଛି; ଏଭଳି କହି ବିଜେପି ବିଧାୟକଙ୍କ ଆକାଉଣ୍ଟରୁ ଟଙ୍କା କାଢି ନେଲେ ଠକ

Advertisment
ହେଲୋ...ମୁଁ ବ୍ୟାଙ୍କରୁ କହୁଛି; ଏଭଳି କହି ବିଜେପି ବିଧାୟକଙ୍କ ଆକାଉଣ୍ଟରୁ ଟଙ୍କା କାଢି ନେଲେ ଠକ

ବୁଲନ୍ଦଶହର: ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ନିଃସନ୍ଦେହରେ ଆମ ଜୀବନକୁ ସହଜ କରିଦେଇଛି, କିନ୍ତୁ ଏହି କାରଣରୁ ଲୋକମାନେ ପ୍ରତିଦିନ ସାଇବର ଠକେଇର ଶିକାର ହେଉଛନ୍ତି | ସେ ଜଣେ ସାଧାରଣ ବ୍ୟକ୍ତି, ଅଧିକାରୀ କିମ୍ବା ନେତା ହୁଅନ୍ତୁ, ସମସ୍ତେ ସାଇବର ଠକେଇର ଶିକାର ହେଉଛନ୍ତି। ଏବେ ସାଇବର ଠକମାନେ ବୁଲନ୍ଦଶହରର ବିଜେପି ବିଧାୟକ ପ୍ରଦୀପ ଚୌଧୁରୀଙ୍କ କ୍ରେଡିଟ କାର୍ଡରୁ ୨ଲକ୍ଷ ୬୫ହଜାର ଟଙ୍କା ଠକି ନେଇଥିବା ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ଏବେ ପୁଲିସ ନିକଟରେ ଅଭିଯୋଗ ହୋଇଛି।

ଠକମାନେ ବୁଲନ୍ଦଶହରର ବିଧାୟକ ପ୍ରଦୀପ ଚୌଧୁରୀଙ୍କୁ ବ୍ୟାଙ୍କ ଅଧିକାରୀ ଭାବରେ ଫୋନ କରି ତାଙ୍କୁ ଠକିଥିବା ଜଣାପଡିଛି | ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଠକମାନେ ଓଟିପି ବିନା ଆକାଉଣ୍ଟରୁ ଟଙ୍କା କାଢି ନେଇଛନ୍ତି। ପୂର୍ବରୁ ଓଟିପି ମାଗି ଠକୁଥିବା ଠକ ଏବେ ବିନା ଓଟିପିରେ ବିଧାୟକଙ୍କୁ ଠକିଥିବାରୁ ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ଠକାମିର ଶିକାର ହେବା ପରେ ଏବେ ବିଧାୟକ ପ୍ରଦୀପ ଚୌଧରୀ ଏନେଇ ଅଭିଯୋଗ କରିଛନ୍ତି। ଅଭିଯୋଗ ରଖି ପୁଲିସ ଅଜଣା ସାଇବର ଠକ ବିରୋଧରେ ଏତଲା ପଞ୍ଜିକୃତ କରିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe