ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କ୍ୟାପିଟାଲ ଥାନା ଅଧୀନ ସୂର୍ଯ୍ୟନଗର ଅଞ୍ଚଳରେ ମଙ୍ଗଳବାର ଦିନ ଉତ୍ତେଜନା ଦେଖା ଦେଇଥିଲା। ଡିଜେ ବଜାଇବାକୁ ନେଇ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଉଭୟ ପରିବାର ମଧ୍ୟରେ ଉତ୍ତେଜନା ଏତେ ବଢ଼ିଯାଇଥିଲା ଯେ, ସ୍ଥାନୀୟ ଲୋକମାନେ ଆତଙ୍କିତ ହୋଇଯାଇଥିଲେ। ଉଭୟ ପରିବାରର ଯୁବକମାନେ ମାର୍ପିଟ କରିବା ସହ ୩ଟି ବାଇକ୍କୁ ପୋଡ଼ି ଦେଇଥିଲେ। ଯୁବକମାନଙ୍କ ଏଭଳି ଉତ୍ପାତ ଦେଖି ଲୋକମାନେ ଘରୁ ବାହାରିବାକୁ ଭୟ କରିଥିଲେ। ସ୍ଥାନୀୟ ଲୋକମାନେ ପୁଲିସକୁ ଫୋନ୍କରି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଘଟଣା ବିଷୟରେ ଜାଣିବା ସତ୍ତ୍ୱେ ମଧ୍ୟ ବିଳମ୍ବରେ ପହଞ୍ଚିଥିଲା। ଘଟଣା ବିଷୟରେ ଜାଣିବା ପାଇଁ ତଦନ୍ତକାରୀ ଅଫିସର ମାର୍କଣ୍ଡ ମିଶ୍ରଙ୍କ ସହ ଯୋଗଯୋଗ କରାଯାଇଥିଲେ ମଧ୍ୟ ସେ ଘଟଣା ବିଷୟରେ କୌଣସି ସୂଚନା ଦେଇନଥିଲେ। କହିଥିଲେ ସେମିତି କିଛି ଘଟଣା ଘଟିନାହିଁ।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୩ ଗାଡ଼ି ପୋଡ଼ି ଦେଲେ
Advertisment
Follow Us