କଣ୍ଡକ୍ଟରଙ୍କ ଝିଅଙ୍କୁ ନେଇ ଫେରାର ହୋଇଗଲେ ବସ ଚାଳକ

କଣ୍ଡକ୍ଟରଙ୍କ ଝିଅଙ୍କୁ ନେଇ ଫେରାର ହୋଇଗଲେ ବସ ଚାଳକ

ନୂଆଦିଲ୍ଲୀ: ବିହାରର ମୁଜଫରପୁରରେ ଏକ ସରକାରୀ ବସ ଚଲାଉଥିବା ଚାଳକ ସେହି ବସର କଣ୍ଡକ୍ଟରଙ୍କ ଝିଅଙ୍କ ପ୍ରେମରେ ପଡ଼ିଥିଲେ। କିଛିଦିନର ପ୍ରେମ ସମ୍ପର୍କ ପରେ ଦୁହେଁ କାହାକୁ କିଛି ନକହି ଘରୁ ଫେରାର ହୋଇଯାଇଥିଲେ। ଏହାପରେ ଦୁହିଁଙ୍କ ବିବାହ ସିନେମା ଶୈଳୀରେ ହୋଇଥିଲା। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସୂଚନାଯୋଗ୍ୟ, ବସ ଚାଳକ ଜଣକ ଯେଉଁ ରାସ୍ତାରେ ଗାଡ଼ି ଚଳାଉଥିଲେ ସେହି ରାସ୍ତାରେ କଣ୍ଡକ୍ଟରଙ୍କ ଘର ପଡେ। ସମୟସମୟରେ ସେ କଣ୍ଡକ୍ଟରଙ୍କ ଘରକୁ ଯାଇ ବସାଉଠା ଖିଆପିଆ କରିଥାଆନ୍ତି। ଏଭଳି ପରିସ୍ଥିତରେ ବସ ଚାଳକ କଣ୍ଡକ୍ଟରଙ୍କ ଝିଅଙ୍କୁ ଦେଖି ଭଲ ପାଇ ବସିଥିଲେ। ଝିଅ ବି ବସ ଚାଳକଙ୍କୁ ପସନ୍ଦ କରିଥିଲେ।କିଛିଦିନର ଲୁଚାଛପା ଭଲ ପାଇବା ପରେ ଦୁହେଁ କାହାକୁ କିଛି ନକହି ଦିନେ ଘରୁ ଫେରାର ହୋଇ ଯାଇଥିଲେ।

ଏହି ଘଟଣାକୁ କେନ୍ଦ୍ର କରି କଣ୍ଡକ୍ଟର ବସ ଚାଳକଙ୍କ ନାମରେ ଥାନାରେ ମାମଲା ରୁଜୁ କରିଥିଲେ। ଏହାପରେ ପୁଲିସ ଦୁହିଁଙ୍କ ଫୋନକୁ ଟ୍ରାକ କରି ଧରିଥିଲା। ଥାନାରେ ଦୁହିଁଙ୍କୁ ଅଟକ ରଖିବା ପ‌ରେ ପରିବାର ଲୋକଙ୍କୁ ସୂଚନା ଦେଇଥିଲା।

ପରିବାର‌ଲୋକ ଥାନାରେ ପହଞ୍ଚିବା ପରେ ପୁଲିସ ବୁଝାଇ କହିଥିଲା କି, ଉଭୟ ଯୁବକ ଓ ଯୁବତୀଙ୍କ ବିବାହ ବୟସ ହୋଇଯାଇଛି। ତେଣୁ ସେମାନେ ନିଜ ଇଚ୍ଛା‌ରେ ବିବାହ କରିବାକୁ ଚାହିଁଲେ ଆମେମାନେ ଆପତ୍ତି କରି ପାରିବା ନାହିଁ। ଏହାପରେ ପରିବାର ଲୋକ ବୁଝି ଥାନା ପରିସରରେ ଥିବା ଏକ ଶିବ ମନ୍ଦିରରେ ପୁଅ ଓ ଝିଅଙ୍କ ବିବାହ କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe