ବସରୁ ଓହ୍ଲାଉଥିବା ଯୁବତୀଙ୍କ ମଥାରେ ହାତକାଟି ରକ୍ତରେ ସିନ୍ଦୁର ଦେଲେ ବସ ଚାଳକ

Advertisment
ବସରୁ ଓହ୍ଲାଉଥିବା ଯୁବତୀଙ୍କ ମଥାରେ ହାତକାଟି ରକ୍ତରେ ସିନ୍ଦୁର ଦେଲେ ବସ ଚାଳକ

ହାପୁର: ଉତ୍ତରପ୍ରଦେଶର ହାପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବସ୍ ଚାଳକ ତାଙ୍କ ହାତ କାଟି  ନିଜ ରକ୍ତରେ ଜଣେ ଯୁବତୀ ଯାତ୍ରୀଙ୍କ ମଥାରେ ସିନ୍ଦୁର ଦେଇଥିବା ଅଭିଯୋଗ ହୋଇଛି।

ପୀଡ଼ିତା ଯୁବତୀ ପୁଲିସରେ ଅଭିଯୋଗ କରି କହିଛନ୍ତି, ‘ମୁଁ ନୋଏଡାର ଓରିଏଣ୍ଟ ଫ୍ୟାସନ କମ୍ପାନି‌ରେ କାମ କରେ। ତେଣୁ ଅଫିସ ଯିବା ଆସିବା ପାଇଁ ପ୍ରତିଦିନ ବସର ସାହାଯ୍ୟ ନେଇଥାଏ। ଯେଉଁବସରେ ମୁଁ ଯାତ୍ରା କରେ ଉକ୍ତ ବସର ଚାଳକ କିଛିଦିନ ପୂର୍ବରୁ ମୋ‌ତେ ପ୍ରେମ ପ୍ରସ୍ତାବ ଦେଇଥିଲେ। ମୁଁ ଏହାକୁ ଏଡାଇ ଦେଇଥିଲି। ତା’ପରେ କିଛିଦିନ କିଛି ଜରୁରୀ କାମ ଥିବାରୁ ମୁଁ ଛୁଟିରେ ଥିଲି।

ଛୁଟିରୁ ଫେରିବା ପାଇଁ ଅଫିସ ଯିବା ସମୟ ଅନୁଯାୟୀ ଯେଉଁ ବସ ଚାଳକ ମୋତେ ପ୍ରେମପ୍ରସ୍ତାବ ଦେଇଥିଲେ ସେହି ବସ ହିଁ ଷ୍ଟାଣ୍ଡରେ ଲାଗିଥାଏ। ତେଣୁ ବାଧ୍ୟ ହୋଇ ମୋତେ ସେଥିରେ ଚଢ଼ିବାକୁ ପଡ଼ିଥିଲା। ଅଫିସ ଆସିଯିବାରୁ ମୁଁ ଯେମିତି ବସରୁ ଓହ୍ଲାଇଥିଲି ବସ ଚାଳକ ମୋ ସାମ୍ନାରେ ହାତ କାଟି ଦେଇଥିଲେ। ମୁଁ କିଛି ବୁଝିବା ପୂର୍ବରୁ ସେ ମୋ ମଥାରେ ସିନ୍ଦୁର ଦେଇ ଦେଇଥିଲେ। ଘଟଣାସ୍ଥଳରେ ଥିବା ଲୋକେ ବସ ଚାଳକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ସେ ସମସ୍ତଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ଼ ମାରି ଘଟଣାସ୍ଥଳରୁ ଚାଲି ଯାଇଥିଲେ।’

ପୁଲିସ ପୀଡ଼ିତା ଓ ପୀଡ଼ିତାଙ୍କ ପରିବାରଲୋକଙ୍କ ଅଭିଯୋଗକୁ କେନ୍ଦ୍ର କରି ଯାଞ୍ଚ ଆରମ୍ଭ କରି ଫେରାର ଥିବା ବସ ଚାଳକଙ୍କୁ ହାପୁର କୋତବାଲି ଅଞ୍ଚଳସ୍ଥ ପକ୍କା ବାଗ ଗ୍ରାମରୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe