କେକ୍ ଡେଲିଭରି ବଏର ଜଘନ୍ୟ କାଣ୍ଡ : ବ୍ଲାକମେଲ୍ କରି ୬୬ ମହିଳାଙ୍କୁ କରିଥିଲା ଦୁଷ୍କର୍ମ

Advertisment
କେକ୍ ଡେଲିଭରି ବଏର ଜଘନ୍ୟ କାଣ୍ଡ : ବ୍ଲାକମେଲ୍ କରି ୬୬ ମହିଳାଙ୍କୁ କରିଥିଲା ଦୁଷ୍କର୍ମ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ଏକ ନାମୀ କମ୍ପାନିର ଜଣେ କେକ ଡେଲିଭରି ବଏ ଏମିତି ଏକ କାମ କରିଛି ଯିଏ ଶୁଣୁଛନ୍ତି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଏହି ଡେଲିଭରି ବଏ ଜଣକୁ ‘ସିରିଏଲ ଦୁଷ୍କର୍ମକାରୀ’ ବୋଲି କୁହାଯାଉଛି। ଉକ୍ତ ଯୁବକକୁ ମହିଳାମାନେ କଡ଼ାରୁ କଡ଼ା ଦଣ୍ଡ ଦେବାକୁ ଦାବି କରିଛନ୍ତି।

ମହିଳାମାନଙ୍କ ଅଭିଯୋଗ କ୍ରମେ, ପୁଲିସ ଉକ୍ତ ଡେଲିଭରି ବଏକୁ ଗିରଫ କରି ନେଇଛି। କିନ୍ତୁ ସେ ଯେତେବେଳେ ତାର କାହାଣୀ ପୁଲିସ ସାମ୍ନାରେ ବଖାଣିଥିଲା, ପୁଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା।

पुलिस ने आरोपी को गिरफ्तार कर जेल भेजा.

ଅଭିଯୁକ୍ତର କହିବାନୁସାରେ, ସେ କେକ୍ ଡେଲିଭରି କରି ସାରିଲା ପରେ ଫିଡବ୍ୟାକ୍ ପାଇଁ ମହିଳାମାନଙ୍କୁ କଲ କରିଥାଏ। ଏହି ସମୟରେ ସେ ମହିଳାଙ୍କ କିଛି ଆପତ୍ତିଜନକ ଫଟୋ ଓ ଭିଡିଓ ରେକର୍ଡ କରି ନେଇଥାଏ। ଏହାକୁ ଆଧାର କରି ମହିଳାମାନଙ୍କୁ ବ୍ଲାକମେଲ କରିବା ଆରମ୍ଭ କରି ଦେଇଥାଏ। ଆଉ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥାଏ। ମହିଳାମାନେ ବି ନିଜ ଆତ୍ମସମ୍ମାନ ଭୟରେ ଯୁବକ ଜଣକ ଯାହା କହିଥାଏ ତାର କଥାରେ ରାଜି ହୋଇଯାଇଥାଆନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ, ହୁଗୁଳିର କୟୋଟା ତ୍ରିକୋଣା ପାର୍କରେ ରହୁଥିବା ଯୁବକ ବିଶାଳ ବର୍ମା ୬୬ଜଣ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଚନ୍ଦନ ନଗର କମିସନରେଟ ଅନ୍ତର୍ଗତ ଚୁଚୁଡ଼ା ଥାନା ପୁଲିସ ବିଶାଳ ବର୍ମା ଓ ତାର ଅନ୍ୟ ସାଥୀ ସୁମନ ମଣ୍ଡଳଙ୍କୁ ଗିରଫ କରି ଜେଲ ପଠାଇ ଦେଇଛି।

ଏଥିସହିତ ଅଭିଯୁକ୍ତ ମା’ ବି ନିଜ ପୁଅର ଏଭଳି କାରନାମାକୁ ସ୍ବୀକାର କରିଛନ୍ତି। ପୁଲିସ ଦୁଷ୍କର୍ମକାରୀ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୩୭୬, ୫୦୬, ୫୦୯, ୩୮୪, ୩୪, ୩୫୪ବିରେ ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe