କର୍କଟରେ ଆକ୍ରାନ୍ତ ମା’ ଚିକିତ୍ସା ପାଇଁ ରଖିଥିଲେ ଟଙ୍କା ଓ ଗହଣା, ଏହାକୁ ନେଇ ଫେରାର ହେଲା ଝିଅ

କର୍କଟରେ ଆକ୍ରାନ୍ତ ମା’ ଚିକିତ୍ସା ପାଇଁ ରଖିଥିଲେ ଟଙ୍କା ଓ ଗହଣା, ଏହାକୁ ନେଇ ଫେରାର ହେଲା ଝିଅ

ଲକ୍ଷ୍ନୌ: କର୍କଟ ଚିକିତ୍ସା ପାଇଁ ମା’ ରଖିଥିବା ଟଙ୍କା ନେଇ ଫେରାର ହେଲା ଝିଅ। ଉତ୍ତରପ୍ରଦେଶର ଗୋରଖପୁରରୁ ଘଟିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା। କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ପୀଡିତା ବଞ୍ଚିବାକୁ ଚେଷ୍ଟା କରୁଥିଲେ। ଏମିତି କି ନିଜର ଚିକିତ୍ସା ପାଇଁ ସେ ଟଙ୍କା ସଞ୍ଚୟ କରି ରଖିଥିଲେ। ହେଲେ ତାଙ୍କ ଝିଅ ଚିକିତ୍ସାରେ ସାହାଯ୍ୟ କରିବା ପରିବର୍ତ୍ତେ ସଞ୍ଚିଥିବା ଟଙ୍କା ନେଇ ଫେରାର ହେବ ବୋଲି ତାଙ୍କୁ ଜଣାନଥିଲା। କୁହାଯାଉଛି ଯେ, ପୀଡ଼ିତାଙ୍କ ଝିଅ ଘରେ ଥିବା ୫୦ହଜାର ଟଙ୍କା ଓ କିଛି ଗହଣା ନେଇ ନିଜ ପ୍ରେମିକ ସହ ଘରୁ ଫେରାର ହୋଇଯାଇଛି। ପୀଡିତା ଏନେଇ ପୁଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ କରାଯାଉଛି ବୋଲି ପୁଲିସ କହିଛି।

ପୁଲିସର କହିବା ମୁତବକ, ଏପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ସାମ୍ନାକୁ ଆସିଛି ଯେ, ଫେରାର ହୋଇଥିବା ଯୁବତୀ ୨ବର୍ଷ ତଳେ ମଧ୍ୟ ଆଉ ଜଣେ ଯୁବକଙ୍କ ସହ ଫେରାର ହୋଇଥିଲେ। ହେଲେ ପରିବାର ଲୋକେ ବୁଝାଇ ସୁଝାଇ ତାଙ୍କୁ ଘରକୁ ଆଣିଥିଲେ। ହେଲେ ଏଭଳି କରିବା ତାଙ୍କୁ କେତେ ମହଙ୍ଗା ପଡ଼ିବ, ତାହା ସେମାନେ ଜାଣିନଥିଲେ। ମା’ ଗୋରଖପୁର ଏମ୍ସରେ କର୍କଟ ରୋଗ ପାଇଁ ଚିକିତ୍ସିତ ହେଉଥିବା ବେଳେ ଚିକିତ୍ସା ପାଇଁ ୫୦ହଜାର ଟଙ୍କା ଘରେ ରଖାଯାଇଥିଲା। ଝିଅ ଏବେ ଏହି ଟଙ୍କା ଏବଂ ଅଳଙ୍କାର ନେଇ ଫେରାର ହୋଇଯାଇଛି। ଏବେ ଆମେ ଅଭିଯୋଗ ଗ୍ରହଣ କରିଛୁ ଏବଂ ସିସିଟିଭି ଯାଞ୍ଚ କରି ଫେରାର ଯୁବତୀ ଓ ତାଙ୍କ ପ୍ରେମିକକୁ ଖୋଜିବାକୁ ଚେଷ୍ଟା କରୁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe