ନର ଭକ୍ଷକ ଦମ୍ପତି, ମଣିଷ ମାଂସରେ କରୁଥିଲେ ଆଚାର

Advertisment
ନର ଭକ୍ଷକ ଦମ୍ପତି, ମଣିଷ ମାଂସରେ କରୁଥିଲେ ଆଚାର
ମସ୍କୋ: ମସ୍କୋରେ ଏକ ଦମ୍ପତି ନରମାଂସ ଖାଉଥିବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏହି ଦମ୍ପତି ୧୮ରୁ ୩୦ବର୍ଷ ମଧ୍ୟରେ ଥିବା ମଣିଷ ମାଂସ ଖାଉଥିବା ସୂଚନା ମିଳିଛି। ପୁଲିସକୁ ଏହି ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ସେ ଏହି ଦମ୍ପତିଙ୍କୁ ଗିରଫ କରିଛି। ଅଧିକ ତଥ୍ୟ ପାଇଁ ପୁଲିସ ଅନୁସନ୍ଧାନ ଚଳାଇଛନ୍ତି।
ଦକ୍ଷିଣ ରୁଷରେ ରହୁଥିବା ୩୫ ବର୍ଷୀୟ ତିମିତ୍ରି ଚେକୋସ୍କିଭ୍‌ଙ୍କ କହିବାନୁସାରେ, ସେ ଏହି ଜଘନ୍ୟ ୧୯୯୯ରୁ ଆରମ୍ଭ କରିଥିଲେ। ତିମିତ୍ରିଙ୍କୁ ଏକ ଫଟୋରେ ଜଣେ ମହିଳାଙ୍କ ସହିତ ଛିଡ଼ା ହେବାର ଦେଖିବାକୁ ମିଳିଥିଲା। ଏହି ମହିଳା ଜଣକ ତାଙ୍କ ଶିକାର ବୋଲି ଜଣାପଡ଼ିଛି। ସମ୍ପୃକ୍ତ ମହିଳାଙ୍କ ନାମ ପ୍ରଘଟ କରାଯାଇ ନାହିଁ। ତିମିତ୍ରିଙ୍କ ପତ୍ନୀଙ୍କ ନାମ ନତାଲିୟା ସେ ଜଣେ ନର୍ସ ଭାବେ କାମ କରନ୍ତି। ତିମିତ୍ରିଙ୍କୁ ପୁଲିସ ଗିରଫ କରି ପଚରାଉଚରା ଜାରି ରଖିଛି। ଦମ୍ପତି ମଣିଷ ମାଂସ ଖାଇବା ସହିତ ଫ୍ରିଜରେ ମଧ୍ୟ ରଖିଥାଆନ୍ତି। କେବଳ ଏତିକି ନୁହେଁ ମଣିଷ ମାଂସରେ ମସଲା ପକାଇ ଆଚର ମଧ୍ୟ ପ୍ରସ୍ତୁତ କରୁଥିଲେ।
ତିମିତ୍ରିର ମୋବାଇଲ ଫୋନ୍‌ ଅନ୍ୟ ଜଣେ ବ୍ୟକ୍ତିଙ୍କ ହାତରେ ଲାଗିଥିଲା। ଯେଉଁଥିରେ ସେ ମୃତମଣିଷଙ୍କ ସହିତ ଫଟୋ ଉଠାଇଥିଲେ ଏହାପରେ ପୁଲିସକୁ ଖବର ଦେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe