ଧଉଳି : ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ପ୍ରତାରଣା, କ୍ୟାଣ୍ଟିନ ମାଲିକ ଗିରଫ

Advertisment
କରୋନା କଟକଣା ବେଳେ ଦୋକାନ ଖୋଲି ଗିରଫ ହେଲେ ୧୧ ଜଣ ବ୍ୟବସାୟୀ

photo-aajtak

ଧଉଳି : ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖିବା ଓ ପ୍ରତାରଣା କରିବା ମାମଲାରେ ଆଜି ଜଣେ ଜଣେ କ୍ୟାଣ୍ଟିନ ମାଲିକଙ୍କୁ ପୁଲିସ ଗିରଫ କରିଛି। ସେ ହେଲା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଓ ଗ୍ରାମ ଅଞ୍ଚଳର କିରନ ପଲେଇ (୩୨)। ତେବେ କିରନର ଜାମିନ ନାମଞ୍ଜୁର ହୋଇଯିବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ପୁଲିସ କହିଛି। କିରନଙ୍କର ଧଉଳି ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ୩ ବର୍ଷ ଧରି ସଂପର୍କ ରଖିବା ପରେ ପୀଡ଼ିତା ଯୁବତୀଙ୍କୁ ବିବାହ କରିବାକୁ ସେ ମନା କରି ଦେଇଥିଲା। ଶେଷରେ ଉକ୍ତ ଯୁବତୀ ନିରାଶ ହୋଇ ଧଉଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ସଂପୃକ୍ତ ହଷ୍ଟେଲ କ୍ୟାଣ୍ଟିନରେ ଚଢ଼ଉ କରି କିରନକୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe