ଫେରାର୍‌ ଚାଳକ ଗିରଫ, କାର୍‌ ଜବତ

Advertisment
ଫେରାର୍‌ ଚାଳକ ଗିରଫ, କାର୍‌ ଜବତ

Photo by: abclocal.go.com

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମ ଗେଟ୍‌ ନଂ-୭ ଅଞ୍ଚଳରେ ପ୍ରାତଃଭ୍ରମଣ ବେଳେ କାର୍‌ ଧକ୍କା ଯୋଗୁଁ ଡମ୍ବରୁଧର ବେହେରାଙ୍କ ମୃତ୍ୟୁ ଘଟଣାରେ ଆଜି ନୂଆପଲ୍ଲୀ ଥାନା ପୁଲିସ କାର୍‌ ଚାଳକକୁ ଗିରଫ କରିବା ସହ କାର୍‌କୁ ଜବତ କରିଛି। ସେ ହେଲା ଲକ୍ଷ୍ମୀସାଗର ଥାନା ଅଧୀନ ଲକ୍ଷ୍ମୀନାରାୟଣସାହିର କେଦାର ନାୟକ(୪୨)। ଗତ ୨୨ତାରିଖ ସକାଳ ପ୍ରାୟ ସାଢ଼େ ୫ଟାରେ ଡମ୍ବରୁ ପ୍ରାତଃ ଭ୍ରମଣରେ ଯାଉଥିବାବେଳେ କଳିଙ୍ଗ ଷ୍ଟାଡିୟମ ଆଗରେ ଏକ ଉବର କାର୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଡମ୍ବରୁଙ୍କ ମୃତ୍ୟୁ ଘଟିଥିଲା। ଏହାପରେ କାର୍‌ଟି କୁଞ୍ଜଲତା ପରେ ଅନ୍ୟ ଦୁର୍ଘଟଣା ଘଟାଇବା ପରେ କେଦାର କାର୍‌ ନେଇ ଫେରାର ହୋଇଯାଇଥିଲା। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe