କାରରେ ବିୟର ପିଇ ଫେସବୁକ ଲାଇଭ କରିବା ପ୍ରେମିକଙ୍କୁ ମହଙ୍ଗା ପଡ଼ିଲା; ଦୁର୍ଘଟଣାରେ ଚାଲିଗଲା ପ୍ରେମିକାଙ୍କ ସମେତ ୩ଜଣଙ୍କ ଜୀବନ

Advertisment
କାରରେ ବିୟର ପିଇ ଫେସବୁକ ଲାଇଭ କରିବା ପ୍ରେମିକଙ୍କୁ ମହଙ୍ଗା ପଡ଼ିଲା; ଦୁର୍ଘଟଣାରେ ଚାଲିଗଲା ପ୍ରେମିକାଙ୍କ ସମେତ ୩ଜଣଙ୍କ ଜୀବନ

aajtak.in

ନୂଆଦିଲ୍ଲୀ: ରବିବାର ଆମେରିକାର ଟେକ୍ସାସରେ ଜଣେ ବ୍ୟକ୍ତିଙ୍କୁ ବିୟର ପିଇ କାର ଚଲାଇ ଫେସବୁକ ଲାଇଭ କରିବା ମହଙ୍ଗା ପଡ଼ିଛି। ମଦ ପିଇ କାର ଚଲାଉ ଥିବା ବେଳେ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଏଥିରେ ବସିଥିବା  ତିନିଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ପ୍ରକାଶିତ ରିପୋର୍ଟ ମୁତାବକ, କ୍ୟାମିଲୋ ମୋରେଜନ (୪୭)କରିଥିବା ଫେସବୁକ ଲାଇଭର ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ନିଜ କାରରେ ବିୟର ପିଇ ଫେସବୁକ୍ ଲାଇଭ କରି ‘ମୁଁ ମଦ ପିଇବା ପରେ ଆହୁରି ଭଲ କାର ଚଳାଇପାରେ’ ବୋଲି କହୁଥିବା ଶୁଣିବାକୁ ମିଳୁଛି।

camilo morejon

ତେବେ ଏହି ଭିଡିଓ ପୋଷ୍ଟ କରିବାର ମାତ୍ର ଛଅ ମିନିଟ ମଧ୍ୟରେ କ୍ୟାମିଲୋ ମୋରେଜନଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।  କାରଟି ଏକ ପିକଅପ ଭ୍ୟାନ ସହିତ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଥିଲା। ତେବେ ଏହି ଦୁର୍ଘଟଣାରେ କାର ଭିତରେ ଥିବା କ୍ୟାମିଲୋ ମୋରେଜନଙ୍କ ପ୍ରେମିକାଙ୍କ ସମେତ ତିନିଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

କ୍ୟାମିଲୋ ମୋରେଜନ ଚଲାଉ ଥିବା କାରଟି ହୋଣ୍ଡା କମ୍ପାନିର କାର୍ ଥିବା କୁହାଯାଉଛି। ଦୁର୍ଘଟଣା ପରେ ଚାଳକ କ୍ୟାମିଲୋ ମୋରେଜନ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କ୍ୟାମିଲୋଙ୍କ ବିରୋଧରେ ମଦ ପିଇ ହତ୍ୟା କରିବାର ଅଭିଯୋଗ ହୋଇଛି।

ଦୁର୍ଘଟଣା ସମୟରେ କ୍ୟାମିଲୋ ନିଜେ ମଧ୍ୟ ଗୁରୁତର ହୋଇଛନ୍ତି। ବର୍ତ୍ତମାନ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe