ଜରିମାନାରୁ ବର୍ତ୍ତିବା ପାଇଁ ଚାଳକ କନେଷ୍ଟବଳଙ୍କୁ ଦେଲେ ଧକ୍କା, ବନେଟ୍‌ ଉପରେ ପଡ଼ି ଘୋଷାଡି ହୋଇଗଲେ ୫୦୦ମିଟର

ଜରିମାନାରୁ ବର୍ତ୍ତିବା ପାଇଁ ଚାଳକ କନେଷ୍ଟବଳଙ୍କୁ ଦେଲେ ଧକ୍କା, ବନେଟ୍‌ ଉପରେ ପଡ଼ି ଘୋଷାଡି ହୋଇଗଲେ ୫୦୦ମିଟର

ନୂଆଦିଲ୍ଲୀ: ଦିଲ୍ଲୀର ଜଣେ କାର ଚାଳକ ଜରିମାନାରୁ ବଞ୍ଚିବା ପାଇଁ ପୁଲିସ ନିୟମକୁ ଖାତିର ନକରି ଗାଡ଼ି ଆଗକୁ ମଡାଇ ନେଇଥିଲେ। ଫଳରେ ଡ୍ୟୁଟିରେ ଥିବା ଜଣେ କନେଷ୍ଟବଳଙ୍କୁ ଧକ୍କା .ଦେଇଥିଲା ଗାଡ଼ି। .ସୌଭାଗ୍ୟକୁ କନେଷ୍ଟବଳ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। ଧକ୍କା ଖାଇ ଗାଡ଼ି ବନେଟରେ ପଡ଼ି କନେଷ୍ଟବଳ ୫୦୦ମିଟର ପର୍ଯ୍ୟନ୍ତ ଘୋଷାଡି ହୋଇଯାଇଥିବା ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ, ଧରାପଡ଼ିବା ପରେ ଚାଳକ ପୁଲିସ ବିରୋଧରେ କୋର୍ଟରେ ମାମଲା ରୁଜୁ କରିବେ ବୋଲି ଧମକ ମଧ୍ୟ ଦେଇଛନ୍ତି।

publive-image

ଏମିତି ଏକ ମାମଲା ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ନାରାୟଣ ଅଞ୍ଚଳରେ ଦେଖିବାକୁ ମିଳିଛି। ଏଠାରେ ପୁଲିସ ଗାଡ଼ି ଯାଞ୍ଚ କରୁଥିବା ସମୟରେ ଗୋଟିଏ ଏସ୍‌ୟୁବି ନଜର ଆସିଲା। ଏହି ଗାଡ଼ିକୁ ଚଳାଉଥିବା ଚାଳକ ସିଟ ବେଲ୍ଟ ଲଗାଇ ନ ଥିଲେ। ସଡ଼କ ନିୟମ ଅନୁଯାୟୀ ଗାଡ଼ି ଚାଳକ ଓ ତାଙ୍କ ପାଖରେ ବସିଥିବା ଯାତ୍ରୀ ସିଟ ବେଲ୍ଟ ଲଗାଇବା ଅନିବାର୍ଯ୍ୟ ରହିଛି। ତେବେ ଏହି ନିୟମକୁ ଉଲଘଂନ୍ନ କରିଥିବା ଗାଡ଼ି ଚାଳକଙ୍କୁ ପୁଲିସ କର୍ମୀ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ କାର ଚାଳକ କାର ଅଟାକାଇବା ବଦଳରେ ଗାଡ଼ିର ବେଗ ବଢ଼ାଇ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଜଣେ କନେଷ୍ଟବଳ ତାଙ୍କ ଗାଡ଼ି ସାମ୍ନାକୁ ଚାଲିଥିଲେ। ଏହା ସତ୍ତ୍ୱେ ବି ଉକ୍ତ ଗାଡ଼ି ଚାଳକ ବ୍ରେକ୍‌ ଦେଇ ନଥିଲେ, ଫଳରେ ଗାଡ଼ି ସହିତ ଧକ୍କା ଖାଇ କନେଷ୍ଟବଳ ବନେଟରେ ପଡ଼ି ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ହୋଇଯାଇଥିଲେ।

publive-image

ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଆପ୍‌ ନେତା ଜନରାଲ ସିଂହ ଏହି ଘଟଣାକୁ ଦେଖିଥିଲେ ଓ ଅଭିଯୁକ୍ତଙ୍କ ପିଛା କରି ଗାଡ଼ିକୁ ଅଟକାଇ ଥିଲେ। ତା’ପରେ ଯାଇ କାର ଚାଳକ ବ୍ରେକ୍‌ ଦେଇଥିଲେ। ପୁଲିସ ଉକ୍ତ ଗାଡ଼ି ଚାଳକଙ୍କୁ କାବୁ କରି ନେଇଥିଲା। ପୁଲିସ ଧରିବା ପରେ ବି ଉକ୍ତ ଗାଡ଼ି ଚାଳକ ନିଜ ଦୋଷ ସ୍ୱୀକାର କରିବା ପାଇଁ ରାଜି ନଥିଲେ। ଓଲଟି ପୁଲିସ ବିରୋଧରେ କୋର୍ଟରେ ମାମଲା ରୁଜୁ କରିବେ ବୋଲି କହିଥିଲେ। ପୁଲିସ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ମମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe