କଲେଜର ୨ ଦଳଙ୍କ ମଧ୍ୟରେ ଝଗଡ଼ା ବେଳେ ମାଡ଼ି ଗଲା କାର୍‌, ଭିଡିଓ ହେଲା ଭାଇରାଲ୍‌

Advertisment
କଲେଜର ୨ ଦଳଙ୍କ ମଧ୍ୟରେ ଝଗଡ଼ା ବେଳେ ମାଡ଼ି ଗଲା କାର୍‌, ଭିଡିଓ ହେଲା ଭାଇରାଲ୍‌

ଗାଜିଆବାଦ୍‌: ଗାଜିଆବାଦ୍‌ରେ ୨ ଛାତ୍ର ଗ୍ରୁପ୍‌ ମଧ୍ୟରେ ହୋଇଥିବା ମାରପିଟ୍‌ ସମୟର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ତେବେ, ଦୁଃଖର କଥା ହେଉଛି କି ଏହି ଗଣ୍ଡଗୋଳ ସମୟ‌ରେ ଏକ ଧଳା ରଂଗର କାର୍‌ ଖୁବ୍‌ ଗତିରେ ଆସୁଛି ଓ ଜଣେ ଛାତ୍ରଙ୍କୁ ପଛରୁ ପିଟି ଦେଇ ଆଗକୁ ବଢ଼ିଯାଉଛି। କାର୍‌ ଧକ୍କା ଖାଇ ଛାତ୍ର ଜଣକ ଝିଟିକିକି ଦୂରକୁ ପଳାଉଛନ୍ତି। ସେହି ସମୟରେ ଅନ୍ୟ ଛାତ୍ର ଜଣକ ଆସି ପୁଣି ଥରେ ଉକ୍ତ ଛାତ୍ରଙ୍କୁ ମାରିବାକୁ ଚେଷ୍ଟା କରୁଥିବା ଭାଇରାଲ୍‌ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି।

ତେବେ କାର୍‌ଟି ଉଦ୍ଦେଶ୍ୟମୂଳକ ଭାବେ ଏହି ଧକ୍କା କରିଥିବା ଅନୁମାନ କରାଯାଉଛି। କାରଣ କାର୍‌ଟି ଧକ୍କା କରି ସେଠାରୁ ତୁରନ୍ତ ପଳାଇ ଯାଉନାହିଁ। ବରଂ ସେଠାରେ ଗାଡ଼ିଟି ପୁଣି ଏପଟ ସେପଟ ହେଉଛି। ଏପରି ଲାଗୁଛି ଯେପରି କାର୍‌ ଅନ୍ୟ କାହା ଉପରେ ମାଡ଼ିବାର ସୁଯୋଗ ଖୋଜୁଛି।

ଘଟଣାଟି ବୁଧବାର ଦିନର ବୋଲି ସୂଚନା ରହିଛି। ଏହି ଘଟଣା ଘଟିଛି ଗାଜିଆବାଦ୍‌ ଥାନାର ମସୁରୀ ଅଞ୍ଚଳର। ଜାଣିବାକୁ ମିଳିଛି ଯେ କଲେଜର ବିବିଏ ଓ ବିସିଏ ଛାତ୍ରଙ୍କ ମଧ୍ୟରେ ବିବାଦ ଉପୁଜିବାରୁ ସେମାନେ ରାସ୍ତା ମଝିରେ ମାଡ଼ଗୋଳ ଲାଗୁଥିଲେ।

ଭିଡିଓରେ ଦେଖିବାକୁ ମିଳିଛି ଯେ ଦୁଇ ଦଳ ମଧ୍ୟରେ ମାଡ଼ଗୋଳ ହେଉଥିବା ବେଳେ କାର୍‌ଟି ଆସିଥିବାର ଦେଖି କିଛି ଛାତ୍ର ସେଠାରୁ ପଳାଉଛନ୍ତି। ମାତ୍ର ଯେଉଁ ୨ ଛାତ୍ର ସେଠାରେ ଉପସ୍ଥିତ ରହିଥିଲେ ସେମାନଙ୍କ ଉପରେ କାର୍‌ଟି ମାଡ଼ି ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe