୧୦୦ ସୌଖୀନ କାର୍‌ ଚୋରାଇ ‘କାର୍‌ ରାଜା’ ହେବାକୁ ଚାହୁଁଥିବା କୁନାଲ୍‌ଙ୍କୁ ଗିରଫ କଲା ପୁଲିସ

Advertisment
୧୦୦ ସୌଖୀନ କାର୍‌ ଚୋରାଇ ‘କାର୍‌ ରାଜା’ ହେବାକୁ ଚାହୁଁଥିବା କୁନାଲ୍‌ଙ୍କୁ ଗିରଫ କଲା ପୁଲିସ

Image Courtesy of NDTV

ନୂଆଦିଲ୍ଲୀ: ୨୦୧୩ରୁ ସୌଖୀନ କାର୍‌ ଚୋରାଉଥିବା ‘କାର୍‌ କିଙ୍ଗ୍‌’ ନାଁରେ ଜଣାଶୁଣା ଜଣେ ବ୍ୟକ୍ତିଙ୍କୁ ଦିଲ୍ଲୀ ପୁଲିସ ସିଭିଲ୍‌ ଲାଇନ୍‌ସ୍‌ ଅଞ୍ଚଳରୁ ଗରିଫ କରିବା ସହ ତାଙ୍କ ନିକଟରୁ କାର୍‌ର କିଛି ଯନ୍ତ୍ରାଂଶ ଏବଂ କେତୋଟି ଚାବି ଉଦ୍ଧାର କରିଛି ବୋଲି ଉତ୍ତରାଞ୍ଚଳ ଡି.ସି.ପି. ସାଗର ସିଂହ କଲସି କହିଛନ୍ତି।

‘କାର୍‌ କିଙ୍ଗ୍‌’ଙ୍କର ପ୍ରକୃତ ନାଁ ହେଉଛି କୁନାଲ୍‌ ଏବଂ ସେ ଦିଲ୍ଲୀର ସିଭିଲ୍‌ ଲାଇନ୍‌ସ୍‌ର ବାସିନ୍ଦା। ଗିରଫ ହୋଇଥିବା ୪୨ ବର୍ଷିୟ କୁନାଲ୍‌ଙ୍କ ଠାରୁ ୩ଟି ଚୋରି କାର୍‌, ଗୁଡ଼ାଏ କାର୍‌ ରେଜିଷ୍ଟ୍ରେସନ୍‌ ନମ୍ବର ପ୍ଲେଟ୍‌, ଅନେକ ପ୍ରକାର କାର୍‌ ଚାବି ଏବଂ କାର୍‌ ଚୋରି ଉପକରଣ ଆଦି ଉଦ୍ଧାର କରାଯାଇଛି।

କୁନାଲ୍‌ଙ୍କ କାର୍‌ ଚୋରି କୌଶଳ ବର୍ଣ୍ଣନା କରି କଲସି କହିଛନ୍ତି, ମନେକରନ୍ତୁ କଶ୍ମୀରରେ ଦୁର୍ଘଟଣାଗ୍ରସ୍ତ ହେବା ପରେ କାର୍‌ଟିଏ ଅବ୍ୟବହୃତ ହୋଇ ପଡ଼ିରହିଛି। ଦୁର୍ଘଟଣାଗ୍ରସ୍ତ କାର୍‌ର ମାଲିକ ‘କାର୍‌ କିଙ୍ଗ୍‌’କୁ ଫୋନ୍‌ କରି ସେହି ପ୍ରକାରର କାର୍‌ଟିଏ ଆଣି ଦେବାକୁ କହନ୍ତି। ବରାଦ ପାଇବା ପରେ ‘କାର୍‌ କିଙ୍ଗ୍‌’ ସେ ଧରଣର କାର ଠାବ କରନ୍ତି ଏବଂ ତା’ର ‘ନେମ୍‌ ପ୍ଲେଟ୍‌ ଓ ରେଜିଷ୍ଟ୍ରେସନ୍‌ ନମ୍ବର’ ବଦଳାଇ ଦିଅନ୍ତି।

publive-image Image Courtesy of NDTV

ଅଭିଯୁକ୍ତ ‘କାର୍‌ କିଙ୍ଗ୍‌’ ଓରଫ କୁନାଲ୍‌ଙ୍କ ନାମରେ ଦିଲ୍ଲୀର କେତେକ ଥାନାରେ ୯ଟି ମାମଲା ରହିଛି।

ପୁଲିସ କହିବା ଅନୁସାରେ, ଜାନୁଆରି ୧୦ ତାରିଖ ଦିନ ସିଭିଲ୍‌ ଲାଇନ୍‌ସ୍‌ର ଶ୍ରେତାଙ୍କ ଅଗ୍ରୱାଲ୍‌ ଅଭିଯୋଗ ଫାଇଲ୍‌ କରି କହିଲେ ଯେ, ତାଙ୍କ ଘରୁ ଗୋଟାଏ ତୋୟୋତା ଫର୍ଚ୍ୟୁନର୍‌ କାର୍‌ ଚୋରି ହୋଇଯାଇଛି। ସୂଚନା ଅନୁସାରେ, ଅଭିଯାନ ଆରମ୍ଭ କରି ପୁଲିସ୍ କୁନାଲ୍‌କୁ ସେହି କାର୍‌ ଚଳାଉଥିବା ଅବସ୍ଥାରେ କଶ୍ମୀରୀ ଗେଟ୍‌ ନିକଟରେ ଧରିଥିଲା। ତଦନ୍ତରୁ ଜଣାପଡ଼ିଲା କାର୍‌ର ରେଜିଷ୍ଟ୍ରେସନ୍‌ ଏବଂ ଚେସିସ୍‌ ନମ୍ବର ମିଶୁନାହିଁ।

ଜେରା କରାଯିବାରୁ ଅଭିଯୁକ୍ତ କୁନାଲ୍‌ ସୁନିଶ୍ଚିତ କରି କହିଲା ଯେ, ୨୦୧୩ରେ ସେ ସୌଖୀନ୍‌ କାର୍‌ ଚୋରି କରି ଆସୁଛି। ଚୋରା କାର୍‌ଗୁଡ଼ିକୁ ସେ ଉତ୍ତର ପ୍ରଦେଶ ଏବଂ କଶ୍ମୀରରେ ବିକ୍ରୟ କରନ୍ତି। ଅମର କଲୋନିରେ ତାଙ୍କ ବାପାଙ୍କର ଗୋଟାଏ ଦୋକାନ ଅଛି। ଅଭିଯୁକ୍ତ ୧୦୦ କାର୍‌ ଚୋରାଇ ‘କାର୍‌ କିଙ୍ଗ୍‌’ ନାମରେ ପ୍ରସିଦ୍ଧ ହେବାକୁ ଚାହୁଁଥିଲେ ବୋଲି ପୁଲିସ କହିଛି।

ବିଳାସୀ ଜୀବନଯାପନ ପାଇଁ ଅର୍ଥ ଯୋଗାଡ଼ କରିବାକୁ ସେ କାର୍‌ ଚୋରି କରୁଥିଲେ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe