ଚେନ୍ନାଇ: ମୁଖ୍ୟମନ୍ତ୍ରୀଙ୍କୁ ପରିହାସ କରି କାର୍ଟୁନିଷ୍ଟ୍‍ ବାଲା ଗିରଫ

ଚେନ୍ନାଇ: ମୁଖ୍ୟମନ୍ତ୍ରୀଙ୍କୁ ପରିହାସ କରି କାର୍ଟୁନିଷ୍ଟ୍‍ ବାଲା ଗିରଫ

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ ପଲାନୀସ୍ୱାମୀଙ୍କ ସମେତ ରାଜ୍ୟର ସରକାରୀ ବ୍ୟବସ୍ଥାକୁ ପରିହାସ କରିବା ଅଭିଯୋଗରେ କାର୍ଟୁନିଷ୍ଟ ବାଲା ଜି(୩୬) ରବିବାର ଗିରଫ ହୋଇଛନ୍ତି। ନିଜ ଫେସ୍‌ବୁକ୍‌ ପେଜ୍‌ରେ ବାଲା ପୋଷ୍ଟ୍‍ କରିଥିବା କାର୍ଟୁନକୁ ନେଇ ତାଙ୍କୁ ଗିରଫ କରାଯାଇଛି।

ଉଲ୍ଲେଖଯୋଗ୍ୟ, ରାଜଧାନୀ ଚେନ୍ନାଇରୁ ପ୍ରାୟ ୬୩୦ କିଲୋମିଟର ଦୂରତାରେ ଥିବା ତିରୁନେଲଭେଲିର ରାଜ୍ୟପାଳ ଅଫିସ ସମ୍ମୁଖରେ ଶ୍ରମିକ ଏସାକିମୁଥୁ କିରୋସିନ୍‌ ଢାଳି ନଜ ସହ ପରିବାର ସଦସ୍ୟଙ୍କୁ ପୋଡ଼ି ଦେବା ପରଦିନ ବାଲା ତାହାକୁ ନେଇ ଏକ ଆପତ୍ତିଜନକ କାର୍ଟୁନ ଫେସ୍‌ବୁକ୍‌ରେ ଅପ୍‌ଲୋଡ କରିଥିଲେ। ଏଠାରେ ଜଣାଇ ଦେଉଛୁ କି ଏସାକିମୁଥୁ ଘଟାଇଥିବା ସେହି ଘଟଣାରେ ଏସାକିମୁଥୁଙ୍କ ପତ୍ନୀ ଏବଂ ୨ ଝିଅ କିଛି ଘଣ୍ଟା ମଧ୍ୟରେ ମୃତ୍ୟୁ ବରଣ କରିଥିବା ବେଳେ କିଛି ଦିନ ମଧ୍ୟରେ ନିଜେ ଏସାକିମୁଥୁଙ୍କର ବି ମୃତ୍ୟୁ ଘଟିଥିଲା।

ଏହି ଘଟଣା ସଂପର୍କରେ ଏସାକିମୁଥୁଙ୍କ ଅନ୍ୟ ପରିବାର ସଦସ୍ୟ କହନ୍ତି ଯେ ସେ ଏକ ଛୋଟ ବ୍ୟବସାୟ କରିବା ପାଇଁ ଋଣ ନେବାର ନିଷ୍ପତ୍ତି ନେଇଥିଲେ। ମାତ୍ର ସୁଧ ବେଶି ହୋଇଥିବାରୁ ସେ ଋଣ ନେବା ପାଇଁ ସାହସ କରିପାରି ନଥିଲେ। ତେବେ, ଏହି ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ଦାୟୀ ବୋଲି ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe