ଓଡ଼ିଆ ପ୍ରଯୋଜକଙ୍କ ବିରୋଧରେ ଆସିଲା କାଷ୍ଟିଂକାଉଚ ଅଭିଯୋଗ: କାମ ଦେବାର ସର୍ତ୍ତ ରଖି ଦେଇଥିଲେ ସଙ୍ଗୀନ ପ୍ରସ୍ତାବ

Advertisment
ଓଡ଼ିଆ ପ୍ରଯୋଜକଙ୍କ ବିରୋଧରେ ଆସିଲା କାଷ୍ଟିଂକାଉଚ ଅଭିଯୋଗ: କାମ ଦେବାର ସର୍ତ୍ତ ରଖି ଦେଇଥିଲେ ସଙ୍ଗୀନ ପ୍ରସ୍ତାବ

ଭୁବନେଶ୍ୱର: କଟକର ଜଣେ ମଡେଲଙ୍କୁ ୱେବ୍‌ ସିରିଜରେ କାମ ଦେବାକୁ କହି ପ୍ରଯୋଜକ ତାଙ୍କର ଶାରୀରିକ ଶୋଷଣ କରିଥିବା ନେଇ ଅଭିଯୋଗ ହୋଇଛି। ଘଟଣାର ଶିକାର ହୋଇଥିବା ମଡେଲ ନିଜେ ଏହି ଅଭିଯୋଗ ଆଣିଛନ୍ତି।

କାମ ପାଇବା ଆଳରେ ଶୋଷଣର ଶିକାର ହୋଇଥିବା କଟକର ଜନୈକା ମଡ଼େଲ କହନ୍ତି, ପ୍ରଥମେ ନେଟଫ୍ଲିକ୍ସ ପରି ବଡ଼ ସଂସ୍ଥା ସହ କାମ କରିଥିବା କହି ପ୍ରଯୋଜକ ବିଶ୍ୱାସ ଜମାଇଥିଲେ । ଦିନକୁ କାମ ବାବଦକୁ ୧୦ ହଜାର ଦିଆଯିବ ବୋଲି କହିଥିଲେ । କେବଳ ଏତିକି ନୁହେଁ, ୱେବସିରିଜ ସହ ବଲିଉଡରେ ମଧ୍ୟ କାମ କରିବାର ସୁଯୋଗ ମିଳିବ ବୋଲି ପ୍ରତିଶ୍ରୁତି ହୋଇଥିଲେ। ହେଲେ ପ୍ରତିବଦଳରେ ପ୍ରଯୋଜକଙ୍କୁ ଖୁସ୍‌ କରିବା ପାଇଁ ପଡ଼ିବ ବୋଲି ବି ସର୍ତ୍ତ ରଖାଯାଇଥିଲା।

ଅଭିଯୁକ୍ତ ପ୍ରଯୋଜକ ଜେ ଡି ରାଉତ ମଡେଲଙ୍କୁ କହିଥିଲେ, କେବଳ ବୋଲଡ ସିନ ଦେଲେ ହେବନି, ବରଂ ଗ୍ଲାମର ଲାଇନରେ ପାଦ ରଖିବାକୁ ହେଲେ ଉଲଗ୍ନ ହୋଇ ର‍୍ୟାମ୍ପରେ ଚାଲିବାକୁ ପଡିବ ଏବଂ ସିନେ ଜଗତରେ ଶାରୀରିକ ସମ୍ପର୍କ ରଖିବା ଅତି ସାଧାରଣ କଥା । ଓଲିଉଡ୍ ଓ ବଲିଉଡ଼ ସିନେ ଜଗତରେ ଏହା ନିତିଦିନିଆ କଥା ।

ଏହି ଘଟଣା ପରେ ଯୁବତୀ ଜଣଙ୍କ ଥାନାରେ ମାମଲା ଦାୟର କରି ପୂରା କାହାଣୀ ବୟାନ କରିଛନ୍ତି। ଆଉ ଏହି କାହାଣୀ ଶୁଣି ପୁଲିସ ବି ହତବାକ ହୋଇଯାଇଛି । ତେବେ ଏଇଠି ପ୍ରଶ୍ନ ଉଠୁଛି କାମ ପାଇଁ ସାଲିସ୍‌ କରିବାକୁ କିପରି ରାଜି ହୋଇଗଲେ ମଡ଼େଲ ? ଏଭଳି କାହାଣୀ ଶୁଣିଲେ ସିନେମା ଜଗତରେ ପାଦ ଥାପିବା ପାଇଁ ଚାହୁଁଥିବା ଯେକୌଣସି ଯୁବତୀ ଭୟରେ ଥରିଉଠିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe