ପ୍ରେମିକ ସହ ଯୌନ ସଂପର୍କ ରଖୁଥିବା ଅବସ୍ଥାରେ ଧରିଲେ ବାପା; ଲାଜରେ କୂଅକୁ ଡେଇଁ ଆତ୍ମହତ୍ୟା କଲା ୧୫ ବର୍ଷୀୟା ଝିଅ

Advertisment
ପ୍ରେମିକ ସହ ଯୌନ ସଂପର୍କ ରଖୁଥିବା ଅବସ୍ଥାରେ ଧରିଲେ ବାପା; ଲାଜରେ କୂଅକୁ ଡେଇଁ ଆତ୍ମହତ୍ୟା କଲା ୧୫ ବର୍ଷୀୟା ଝିଅ

ଜୟପୁର: ରାଜସ୍ଥାନଠାରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ୧୫ ବର୍ଷୀୟା ନାବାଳିକା ନିଜ ପ୍ରେମିକ ସହ ଯୌନ ସଂପର୍କ ରଖୁଥିବା ସମୟରେ ଧରପଡ଼ିବାରୁ ନାବାଳିକା ଜଣକ ଆତ୍ମହତ୍ୟା କରିଛନ୍ତି। ରାଜ୍ୟର ଜଲଓ୍ଵାର୍‌ ଜିଲ୍ଳାରେ ଥିବା ଏକ ସରକାରୀ ସ୍କୁଲ୍‌ରେ ନିଜ ପ୍ରେମିକଙ୍କ ସହ ଅସଞ୍ଜତ ଅବସ୍ଥାରେ ସୋମବାର ନାବାଳିକାଙ୍କୁ ତାଙ୍କ ବାପା ଧରଛନ୍ତି ବୋଲି ପୁଲିସ୍‌ ସୂତ୍ରରୁ ପ୍ରକାଶ ପାଇଛି।

ନାବାଳିକାର ୨୦ ବର୍ଷିଅ ପ୍ରେମିକ ବି ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଜାଣିବାକୁ ମିଳିିଛି। ସ୍ଥାନୀୟ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଏହି ଯୁବକଙ୍କ ବିରୋଧରେ ମୃତ ନାବାଳିକାଙ୍କ ବାପା ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି।

ମନୋହରଥାନା ପୁଲିସ୍‌ ଷ୍ଟେସନ୍‌ ହାଉସ୍‌ ଅଫିସର୍‌ ଦିନେଶ କୁମାର କହିଛନ୍ତି କି ନାବାଳିକାଙ୍କ ବାପା ତାଙ୍କ ଝିଅକୁ ଅପରାହ୍ନରେ ଏପରି ଅସଞ୍ଜତ ଅବସ୍ଥାରେ ଦେଖିଥିଲେ। ନାବାଳିକାଙ୍କ ବାପାଙ୍କୁ ଦେଖିବା ପରେ ପ୍ରେମିକ ଜଣକ ଜାଗା ଛାଡ଼ି କେଉଁ ଆଡ଼େ ପଳାଇ ଯାଇଥିଲେ। ଘରକୁ ଯିବା ବାଟରେ ନାବାଳିକା ଏକ କୂଅକୁ ଡେଇ ଆତ୍ମହତ୍ୟା କରିଥିଲେ।

ଯୁବକ ଜଣକ ସେହି ସ୍ଥାନ ଛାଡ଼ି ପଳାଇବା ପରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe