ଚଳନ୍ତା ଟ୍ରେନ୍‌ରେ ପୁଣି ବିପଦପୂର୍ଣ୍ଣ ଷ୍ଟଣ୍ଟ ଦେଖାଇଲା ନାବାଳକ, ତିଳେ ମାତ୍ର ଅସାବଧାନତା ଜୀବନ ନେଇ ଯାଇ ଥାଆନ୍ତା

ଚଳନ୍ତା ଟ୍ରେନ୍‌ରେ ପୁଣି ବିପଦପୂର୍ଣ୍ଣ ଷ୍ଟଣ୍ଟ ଦେଖାଇଲା ନାବାଳକ, ତିଳେ ମାତ୍ର ଅସାବଧାନତା ଜୀବନ ନେଇ ଯାଇ ଥାଆନ୍ତା

ମୁମ୍ବାଇ: କିକି ଚ୍ୟାଲେଞ୍ଜ ନିଶା ଧିରେ ଧିରେ ଥମି ଥିବା ବେଳେ ଏବେ କିଛି ବାଳକ ଟ୍ରେନରେ ବିପଦପୂର୍ଣ୍ଣ ଷ୍ଟଣ୍ଟ ଦେଖାଉଥିବା ନଜର ଆସୁଛନ୍ତି। ଏହି ଷ୍ଟଣ୍ଟରେ ତିଳେ ମାତ୍ର ଅସାବଧାନତା ଷ୍ଟଣ୍ଟ ଦେଖାଉଥିବା ବ୍ୟକ୍ତି ଉପରେ ଭାରୀ ପଡିପାରେ। ନିକଟରେ ଜଣେ ନାବାଳକ ଟ୍ରେନ୍‌ରେ ଷ୍ଟଣ୍ଟ ଦେଖାଉଥିବା ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ମୁମ୍ବାଇର ଲୋକାଲ ଟ୍ରେନରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ପାନଭେଲ ଷ୍ଟେସନରୁ ଛତ୍ରପତି ଶିବାଜୀ ଷ୍ଟେସନ ଅଭିମୁଖେ ଆସୁଥିବା ଟ୍ରେନରେ ଜଣେ ନାବାଳକ ଟ୍ରେନର ଦ୍ଵାର ମୁହଁରେ ଛିଡା ହୋଇ ଷ୍ଟଣ୍ଟ କରୁଥିବା ଦେଖିବା ପାଇଁ ମିଳିଥିଲା । ପିଲାଟି ଖୁବ୍‌ ବିପଦପୂର୍ଣ୍ଣ ଅବସ୍ଥାରେ ଖେଳ ଦେଖାଉଥିଲା। ତେବେ ପାଖ ବଗିରେ ବସିଥିବା ଜଣେ ବ୍ୟକ୍ତି ଏପରି ନକରିବା ପାଇଁ ସଚେତନ କରିଥିଲେ। ଏହାର କିଛି ସମୟ ପରେ ପିଲାଟି ଷ୍ଟଣ୍ଟ ଦେଖାଇବା ବନ୍ଦ କରିଦେଇଥିଲା।

publive-image

ତେବେ ଏପରି ୧୦ ଜଣ ପିଲାଙ୍କୁ ସ୍ଥାନୀୟ ଲୋକ ଧରି ସେମାନଙ୍କ ଅଭିଭାବକଙ୍କୁ ଖବର ଦେଇଥିଲେ। ଏହାପରେ ଏପରି କରିବା ଅପରାଧିକ କାର୍ଯ୍ୟ ଓ ଏହି ଦୁଃସାହସିକ ଷ୍ଟଣ୍ଟ ଚଳନ୍ତା ଟ୍ରେନରେ ନଦେଖାଇବା ପାଇଁ ବୁଝାଇ ଘରକୁ ପଠାଇଥିଲେ। ପୂର୍ବରୁ ଅଗଷ୍ଟ ୩୦ତାରିଖରେ ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ କିଛି ଯୁବତୀ ଛତ୍ରପତି ଶିବାଜୀ ଷ୍ଟେସନରୁ ବାସୀ ଯାଉଥିବା ଟ୍ରେନରେ ଏହିଭଳି ଷ୍ଟଣ୍ଟ କରୁଥିଲେ। ତେବେ ସେମାନଙ୍କ ବିରୁଦ୍ଧରେ ସ୍ଥାନୀୟ ପୁଲିସ ମାମଲା ରୁଜୁ କରିଥିଲା। ଏହାପୂର୍ବରୁ ଜଣେ ଯୁବକଙ୍କୁ ଟ୍ରେନରେ କିକି ଚ୍ୟାଲେଞ୍ଜ କରୁଥିବା ନେଇ ଗିରଫ କରିଥିଲା ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe