୫୦ଲକ୍ଷ ନଗଦ ଟଙ୍କା ସହିତ ବିଏସ୍‌ଏଫ୍‌ ଯବାନଙ୍କୁ ଗିରଫ କଲା ସିବିଆଇ 

Advertisment
୫୦ଲକ୍ଷ ନଗଦ ଟଙ୍କା ସହିତ ବିଏସ୍‌ଏଫ୍‌ ଯବାନଙ୍କୁ ଗିରଫ କଲା ସିବିଆଇ 

ନୂଆଦିଲ୍ଲୀ: ସିବିଆଇର ଏକ ସ୍ୱତନ୍ତ୍ର ଟିମ୍‌  କେରଳ ଅଲପୁଝା ରେଲେଓ୍ଵ ଷ୍ଟେସନ୍‌ରୁ ନଗଦ ୫୦ଲକ୍ଷ ସହିତ ଜଣେ ବିଏସ୍‌ଏଫ୍‌  ଯବାନଙ୍କୁ ଗିରଫ କରିଛନ୍ତି। ଏହି ଯବାନଙ୍କୁ ଧରିବା ପାଇଁ  ସିବିଆଇର ଟିମ୍‌ ଅନେକ ଦିନ ହେବ ଅନୁସନ୍ଧାନ କରି ଆସୁଥିଲେ।  ଗିରଫ ହୋଇଥିବା ବିଏସ୍‌ଏଫ୍‌ ଯବାନଙ୍କ ନାମ ଜିବୁ ଡି ମେଥ୍ୟୁ ବୋଲି ଜଣାପଡ଼ିଛି। ସିବିଆଇଙ୍କ ଟିମ୍‌ ମେଥ୍ୟୁଙ୍କୁ ପଚରାଉଚରା ପାଇଁ ଏକ ଅଜ୍ଞାତ ସ୍ଥାନକୁ ନେଇଛନ୍ତି।

publive-image

ସୂଚନାଯୋଗ୍ୟ, ଅନେକ ଦିନ ହେବ ଏହି ବିଏସ୍‌ଏଫ୍‌ ଯବାନକୁ ଧରିବା ପାଇଁ ଜାଲ ବିଛା ଯାଇଥିଲା। ମଙ୍ଗଳବାର ଯେମିତି ହିଁ ମେଥ୍ୟୁ ସାଲିମାର ଏକ୍ସପ୍ରେସ୍‌ରୁ ଓହ୍ଲାଇ କେରଳ ଅଲପୁଝା ରେଲେଓ୍ଵ ଷ୍ଟେସନରେ ପହଞ୍ଚିଛନ୍ତି,  ତାଙ୍କୁ ସିବିଆଇ ତୁରନ୍ତ ଗିରଫ କରି ନେଇଥିଲେ।  ଜିବୁ ଡି ମେଥ୍ୟୁ ନିଜ ସାଥୀରେ ଏକ ବ୍ୟାଗ ରଖିଥିଲେ। ସିବିଆଇଙ୍କ ଟିମ୍‌ ଯେତେବେଳେ ବ୍ୟାଗ୍‌ ଖୋଲିବାକୁ ମେଥ୍ୟୁ କହିଥିଲେ ସେ ରାଜି ହୋଇ ନଥିଲେ। ଏହାପରେ ସିବିଆଇ ବ୍ୟାଗ୍‌ ଖୋଲି ୫୦ଲକ୍ଷର ନଗଦ ଟଙ୍କା ଜବତ କରିଥିଲେ। ମେଥ୍ୟୁ କେରଳର ଏଲନଥୋରରେ ବାସବାସ କରନ୍ତି ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe