ଭୁବନେଶ୍ବର: ବହୁଚର୍ଚ୍ଚିତ ରାଜ୍ୟ ପୁଲିସ ଏସ୍ଆଇ ପରୀକ୍ଷା ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଆଉ ଏକ ସଫଳତା ମିଳିଛି। ସିବିଆଇ ଟିମ୍ ପରୀକ୍ଷା କେଳେଙ୍କାରୀ ମାମଲାରେ ଜରେ ଅଭିଯୁକ୍ତକୁ ବିହାରର ଗିରଫ କରିଛନ୍ତି। ଏହି ମାମଲା ସହିତ ଜଡ଼ିତ ଅଭିଯୁକ୍ତ ଧରାପଡ଼ିବା ଭୟରେ ବିହାରରେ ଯାଇ ଲୁଚିଥିଲା। କିନ୍ତୁ ସିବିଆଇ ନଜରରୁ ଖସିଯାଇ ପାରି ନଥିଲା। ଅଭିଯୁକ୍ତକୁ ବିହାରରୁ ଗିରଫ କରିଛି।
ପୁଲିସ ଏସ୍ଆଇ ଦୁର୍ନୀତି ପଛରେ ଆନ୍ତଃରାଜ୍ୟ ଲିଙ୍କ୍ ଥିବା ଜଣାପଡ଼ିଛି। ରାଜ୍ୟର ପ୍ରମୁଖ ଦଲାଲଙ୍କ ସମେତ ଅନ୍ୟ ରାଜ୍ୟର ଲୋକ ମଧ୍ୟ ଏହି କେଳେଙ୍କାରୀରେ ସଂପୃକ୍ତ ଅଛନ୍ତି। ସିବିଆଇ ଗିରଫ ଅଭିଯୁକ୍ତକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣୁଛି। ପଚରାଉଚୁରା ସମୟରେ ଅଧିକ ତଥ୍ୟ ମିଳିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଏହି ମାମଲାରେ ସିବିଆଇ ତଦନ୍ତ ଦାୟିତ୍ବ ନେବା ପରେ ଚତୁର୍ଥ ଗିରଫଦାରି। ପୁଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏପର୍ଯ୍ୟନ୍ତ ଅନେକ ଆଶାୟୀ ପରୀକ୍ଷାର୍ଥୀଙ୍କୁ ମାରାଥନ୍ ଜେରା କରିଛି।
ଘରୋଇ ସଂସ୍ଥାକୁ ପରୀକ୍ଷା ପରିଚାଳନା ଦାୟିତ୍ବ
ସୂଚନାଯୋଗ୍ୟ, ପୁଲିସ ଏସ୍ଆଇ ପରୀକ୍ଷା ପରିଚାଳନା ଲାଗି କୋଲକାତାର ଆଇଟିଆଇ ସଂସ୍ଥାକୁ ଟେଣ୍ଡର ମିଳିଥିଲା। ପରେ ଏହି ସଂସ୍ଥା ହାଇଦ୍ରାବାଦର ସିଲିକନ୍ ଟେକ୍ଲାବ୍ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାକୁ ଦାୟିତ୍ବ ନ୍ୟସ୍ତ କରିଥିଲା। ସିଲିକନ୍ ଏହାକୁ ସବ୍ଲେଟ୍ରେ ବ୍ରହ୍ମପୁରର ପଞ୍ଚସଫ୍ଟକୁ ଦେଇଥିଲା। ସେଣ୍ଟର ତଦାରଖଠାରୁ ଆରମ୍ଭ କରି ପରୀକ୍ଷା ପରିଚାଳନା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ବ ପଞ୍ଚସଫ୍ଟକୁ ମିଳିଥିଲା। ପଞ୍ଚସଫ୍ଟକୁ ଦାୟିତ୍ବ ମିଳିବା ପରେ ସଂସ୍ଥାର ନିର୍ଦ୍ଦେଶକ ଶଙ୍କର ପୃଷ୍ଟି କେଳେଙ୍କାରୀ ଯୋଜନା କରିଥିଲେ। ଏହି ଅପରାଧ ସିଣ୍ଡିକେଟ୍ରେ ଦକ୍ଷିଣ ଓଡ଼ିଶାକୁ ମୁନା ମହାନ୍ତି ଓ ଉତ୍ତର ଓଡ଼ିଶାକୁ ଅରବିନ୍ଦ ଦାସ ସମ୍ଭାଳୁଥିଲା।
ଆହୁରି ପଢ଼ନ୍ତୁ: Kiren Rijiju: କେନ୍ଦ୍ରମନ୍ତ୍ରୀଙ୍କୁ ଦେଖି ରାହୁଲ ଘରକୁ ନିମନ୍ତ୍ରଣ କରି କହିଲେ, ‘ଘରକୁ ଆସନ୍ତୁ ମିଶିକି ବ୍ୟାୟାମ କରିବା ’
ଅକ୍ଟୋବର ୩୦ରେ ହୋଇଥିଲା ପର୍ଦ୍ଦାଫାସ
ଏମାନଙ୍କ ଅଧୀନରେ ୧୦ ଜଣ ଲେଖାଏଁ ଏଜେଣ୍ଟ ଥିଲେ। ସେମାନେ ଆଶାୟୀ ପ୍ରାର୍ଥୀଙ୍କୁ ଯୋଗାଡ଼ କରୁଥିଲେ। ଆଶାୟୀଙ୍କଠାରୁ ମୁନା ଆଗୁଆ ମୂଳ ପ୍ରମାଣପତ୍ର ହାତେଇବା ସହ ଶଙ୍କର ସହ ଯୋଗାଯୋଗ କରି ଏହାକୁ ସେ ହାଇଦ୍ରାବାଦ ସଂସ୍ଥା ପାଖକୁ ପଠାଉଥିଲା। ମୁନା ୧୧୪ ଜଣ ଆଶାୟୀଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ ପରେ ସେମାନଙ୍କୁ ହାଇଦ୍ରାବାଦର ଏକ ସଂସ୍ଥାରେ ପ୍ରଶ୍ନପତ୍ର ସମ୍ପର୍କରେ ତାଲିମ ଦେଇଥାନ୍ତା। ଯୋଜନା ମୁତାବକ ଆଶାୟୀମାନେ ପ୍ରଥମେ ଭୁବନେଶ୍ବରର ବିଭିନ୍ନ ହୋଟେଲରେ ରହିଥିଲେ। ଗତ ଅକ୍ଟୋବର ୨୯ ତାରିଖରେ ଖଣ୍ଡଗିରିରୁ ୧୧୪ ଆଶାୟୀଙ୍କୁ ବସ୍ରେ ବିଜୟନଗରମ୍କୁ ନିଆଯାଇଥିଲା। ୩୦ ତାରିଖରେ ବ୍ରହ୍ମପୁର ପୁଲିସ ଏହି ବସ୍ଗୁଡ଼ିକୁ ଜବତ କରିବା ସହ ୧୧୪ ଆଶାୟୀ ଓ ୩ ଦଲାଲଙ୍କୁ ଗିରଫ କରିବା ପରେ ଘଟଣା ପଦାକୁ ଆସିଥିଲା। ଏହା ପରେ ଆହୁରି ୧୧୦ ଆଶାୟୀ ପ୍ରାର୍ଥୀ ଫେରାର ହୋଇ ଯାଇଥିଲେ।
ଆହୁରି ପଢ଼ନ୍ତୁ: Piticians Spend Lavishly On Weddings: ରାଜନେତାମାନେ କଳାଧନରେ ବିବାହରେ ଅଯଥା ଖର୍ଚ୍ଚ କରୁଛନ୍ତି: ଉମା ଭାରତୀଙ୍କ କଡ଼ା ସମାଲୋଚନା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/07/police-si-exam-2025-12-07-18-13-24.jpg)