ନୂଆଦିଲ୍ଲୀ: ସଂସଦରେ ହେଉ ଅବା ନିର୍ବାଚନ ରାଲିରେ ରାଜନେତାମାନେ ପରସ୍ପରକୁ ସମାଲୋଚନା କରିବାରେ କୌଣସି ମଉକା ଛାଡ଼ନ୍ତି ନାହିଁ। ଏହି କ୍ରମରେ ସର୍ବଦା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁଙ୍କ ନାମ ଆଗରେ ଥାଏ। ନିକଟ‌ରେ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କୋଲମ୍ୱିଆ ଯାତ୍ରା ବେଳେ ଦେଇଥିବା  ଟିପ୍ପଣୀକୁ ନେଇ କଡ଼ା ନିନ୍ଦା କରିଥିଲେ। 

Advertisment

ରାହୁଲ ଦେଶର ଛବିକୁ ଖରାପ କରୁଛନ୍ତି

କିରେନ ରିଜିଜୁ ରାହୁଲ ଗାନ୍ଧୀଙ୍କ ବୟାନକୁ ନିନ୍ଦା କରି କହିଥିଲେ,‘ ରାହୁଲ ଗାନ୍ଧୀ  ପ୍ରଥମ ଏମିତି ବିରୋଧୀ ନେତା  ଯିଏ ବିଦେଶ ଯାଇ ଦେଶର ବ୍ୟବସ୍ଥା ଓ ଗଣତନ୍ତ୍ର ବିରୋଧରେ କହୁଛନ୍ତି। ଭାରତ ସହ ଜଡ଼ିତ ତଥ୍ୟକୁ ଏପଟ ସେପଟ କରି ଉପସ୍ଥାପିତ କରୁଛନ୍ତି। ଏହା ଦ୍ବାରା ଦେଶର ଛବିକୁ ଖରାପ ହେଉଛି।’

ଅଧିକପଢ଼ନ୍ତୁ:ବିବାହ ସ୍ଥଗିତ ରହିଲା; ଆଗକୁ ବଢ଼ିବାର ସମୟ ଆସିଲା

ଆମ୍ବେଦକରଙ୍କ ପୁଣ୍ୟତିଥିରେ ଏକାଠି ହେଲେ ରାହୁଲ-ରିଜିଜୁ

ସମ୍ପ୍ରତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ଡିସେମ୍ବର ୬ ତାରିଖର। ରାହୁଲ ଗାନ୍ଧୀ ଓ କିରେନ ରିଜିଜୁ ବି. ଆର. ଆମ୍ବେଦକରଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଦେବାକୁ ପହଞ୍ଚିଥିଲେ। ଏହି ସମୟରେ ଦୂରରୁ ପରସ୍ପରକୁ ଦେଖି ଦୁଇ ନେତା ହସାହସି ହୋଇଥିଲେ। ଏହାପରେ  ରାହୁଲ ଆଗକୁ ବଢ଼ି କିରେନ ରିଜିଜୁଙ୍କ ସହ ହାତ ମେଳାଇଥିଲେ। ରାହୁଲଙ୍କ ସହିତ କଂଗ୍ରେସ ନେତା ରାଜୀବ ଶୁକ୍ଳା ଓ ଉଦିତ ରାଜ ବି ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଏହି ମୁହୂର୍ତ୍ତକୁ ଦେଖି ବାରି ହୋଇପଡ଼ୁଥିଲା ଯେମିତି ରାହୁଲ ଓ ରିଜିଜୁ ହେଉଛନ୍ତି ଘନିଷ୍ଠ ବନ୍ଧୁ। ଦୁହେଁ ଅନେକ ବର୍ଷ ପରେ ଭେଟାଭେଟି ହେଉଛନ୍ତି।

ଘରକୁ ଆସନ୍ତୁ ମିଶିକି ବ୍ୟାୟାମ କରିବା

ଏହି ସମୟରେ ରିଜିଜୁ ହସିହସି ରାହୁଲଙ୍କୁ କହିଥିଲେ, ‘ମୁଁ ସାମାନ୍ୟ ଭୟଭୀତ ହୋଇଗଲି। ’ ଏହାପରେ ରାହୁଲ ମଜା କରି କହିଥିଲେ, ‘ଆମ ଘରକୁ ଆସନ୍ତୁ। ସାଥୀରେ ବ୍ୟାୟାମ କରିବା ଜୁଡୋ ଖେଳିବା।’ରିଜିଜୁ ରାହୁଲଙ୍କ କଥା ଶୁଣି କହିଥିଲେ, ‘ଆଜ୍ଞା ମୋତେ ଜୁଡୋ ଖେଳ ଆସେ ନାହିଁ। ଭୟ ବି ଲାଗିଥାଏ।’

ଅଧିକପଢ଼ନ୍ତୁ:ଅସଲି କିନ୍ନର ହାତରେ ଧରା ପଡ଼ିଲେ ନକଲି କିନ୍ନର: ବଜାର ମଝିରେ ହେଲେ ହଟହଟା