୫୦ରୁ ଅଧିକ ଶିଶୁଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଜୁନିୟର ଇଞ୍ଜିନିୟର ଗିରଫ, ୧୦ ବର୍ଷ ଧରି ଚଳାଇଥିଲା ବର୍ବର କାଣ୍ଡ

Advertisment
୫୦ରୁ ଅଧିକ ଶିଶୁଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଜୁନିୟର ଇଞ୍ଜିନିୟର ଗିରଫ, ୧୦ ବର୍ଷ ଧରି ଚଳାଇଥିଲା ବର୍ବର କାଣ୍ଡ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ୫୦ଜଣ ପିଲାଙ୍କୁ (ବୟସ ୫ରୁ ୧୬ବର୍ଷ ମଧ୍ୟରେ ହେବ) ‌‌ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଉତ୍ତର ପ୍ରଦେଶର ଜଣେ ଜୁନିୟର ଇଞ୍ଜିନିୟରକୁ ଗିରଫ କରିଛି।

ମଙ୍ଗଳବାର ଅଧିକାରୀଙ୍କ କହିବାନୁସାରେ, ଅଭିଯୁକ୍ତ ୧୦ ବର୍ଷରୁ ଅଧିକ ସମୟ ଧରି ଏଭଳି ଘୃଣ୍ୟକାର୍ଯ୍ୟ କରିଆସୁଥିଲା। କେବଳ ଏତିକି ନୁହେଁ,  ଇଞ୍ଜିନିୟର ଜଣକ ୫ରୁ ୧୬ବର୍ଷ ମଧ୍ୟରେ ଥିବା ପିଲାଙ୍କୁ ‌‌ଯୌନ ନିର୍ଯାତନା ଦେବାର ଭିଡିଓ ଓ ଫଟୋକୁ କ୍ୟାମେରାରେ କୈଦ କରି ତାହାକୁ ଅନଲାଇନରେ ବିକ୍ରି କରୁଥିବା ବି ଅଭିଯୋଗ ହୋଇଛି।

ଚିତ୍ରକୋଟ୍, ବାନ୍ଦା ଏବଂ ହମିରପୁର,  ଏହି ତିନିଟି ଜିଲ୍ଲାର ପିଲାମାନେ ଉକ୍ତ ଜୁନିୟର ଇଞ୍ଜିନିୟର ଦ୍ବାରା ‌‌ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣାପଡ଼ିଛି। ଅଭିଯୁକ୍ତ ଜୁନିୟର ଇଞ୍ଜିନିୟରଙ୍କୁ ବାନ୍ଦା ଜିଲ୍ଲାରୁ ଗିରଫ କରାଯିବା ସହ ଖୁବ ଶୀଘ୍ର କୋର୍ଟରେ ହାଜର କରାଯିବ ବୋଲି ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।

ଯାଞ୍ଚ ବେଳେ ସିବିଆଇ ଅଭିଯୁକ୍ତ ଜୁନିୟର ଇଞ୍ଜିନିୟର ଠାରୁ ଆଠଟି ମୋବାଇଲ୍ ଫୋନ ସହିତ ପ୍ରାୟ ଆଠ ଲକ୍ଷ ଟଙ୍କା, ସେକ୍ସ ଖେଳନା, ଲାପଟପ୍ ଏବଂ ବହୁ ପରିମାଣର ଶିଶୁ ‌ଯୌନ ଶୋଷଣ ସାମଗ୍ରୀ ଜବତ କରିଛି।

ଗିରଫ ପରେ ଅଭିଯୁକ୍ତ ସିବିଆଇକୁ କହିଥିଲା କି ସେ ଶିଶୁମାନଙ୍କୁ ମୋବାଇଲ ଫୋନ କିମ୍ବା ବୈଦ୍ୟୁତିକ ଖେଳନାର ଲୋଭ ଦେଖାଇ ଚୁପ କରି ରଖିଥିଲା।

ଜାନୁଆରିରେ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି)ର ତଥ୍ୟ ଅନୁଯାୟୀ ଭାରତରେ ପ୍ରତିଦିନ ୧୦୦ରୁ ଅଧିକ ଶିଶୁ ଯୌନ ଶୋଷଣର ଶିକାର ହେଉଛନ୍ତି। ପୂର୍ବ ବର୍ଷ ତୁଳନାରେ ଏହି ମାମଲା ପ୍ରାୟ ୨୨ ପ୍ରତିଶତ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe