କଳା ପଲ୍‌ସର ଆତଙ୍କ : ଝାମ୍ପିନେଲେ ସୁନା ଚେନ୍‌

Advertisment
କଳା ପଲ୍‌ସର ଆତଙ୍କ : ଝାମ୍ପିନେଲେ ସୁନା ଚେନ୍‌

Photo by : NBT

ଚନ୍ଦ୍ରଶେଖରପୁର : କାନନବିହାର ଫେଜ-୨ରୁ ଦିନଟାରେ ଲୁଟ୍‌ ଘଟଣାକୁ କିଛି ଘଣ୍ଟା ନଯାଉଣୁ ଚନ୍ଦ୍ରଶେଖପୁର ଅଞ୍ଚଳରେ ଆଜି କଳା ପଲ୍‌ସର ଆତଙ୍କ ଖେଳାଇଦେଇଛି। ଦୁଇ ଜଣ ଦୁର୍ବୃତ୍ତ ଏକ କଳା ପଲ୍‌ସରରେ ତିନି ତିନିଟି ସ୍ଥାନରୁ ଛିନ୍‌ତାଇ କରିଛନ୍ତି। ସ୍ଥାନୀୟ ନୀଳାଦ୍ରିବିହାର ରାସ୍ତାରେ ଥିବା ଜାଭିଅର୍‌ ସ୍କୁଲ୍‌ରୁ କିଛି କାମ ସାରି ସବିତା ପାତ୍ର ନାମକ ଜଣେ ମହିଳା ନିଜ ଘର ଏମ୍‌ଆଇଜି ୧, ୧୫/୧କୁ ଯାଉଥିବା ବେଳେ ଲୁଟ୍‌ର ଶିକାର ହୋଇଥିଲେ। ଦୁର୍ବୃତ୍ତମାନେ ତାଙ୍କ ବେକରୁ ପ୍ରାୟ ୨୦ଗ୍ରାମର ଏକ ସୁନା ଚେନ୍‌ ଲୁଟି ନେଇଥିଲେ। ପରେ ହାଉସିଂ ବୋର୍ଡ଼ କଲୋନିର ୪୨ ନଂମ୍ବର ଘର ନିକଟରେ ଏକ ବାଇକ୍‌ରେ ବସି ମୋବାଇଲ୍‌ ଫୋନ୍‌ରେ କଥା ହେଉଥିବା ଜଣେ ଯୁବକଙ୍କ ବେକରୁ ସୁନା ଚେନ୍‌ ଝାମ୍ପିନେଇ ଦୁର୍ବୃତ୍ତମାନେ ପଳାଇଥିଲେ। ଶେଷରେ ଇନଫୋସିଟି ସାଇ ମନ୍ଦିର ନିକଟରୁ ଜଣେ ମହିଳାଙ୍କ ବେକରୁ ଚେନ୍‌ ଝାମ୍ପି ଶିଖରଚଣ୍ଡୀ ଦିଗରେ ପଳାଇଥିବା ପୁଲିସ୍‌ ସୁତ୍ରରୁ ପ୍ରକାଶ। ଶୈଳଶ୍ରୀବିହାର ସାଇ ମନ୍ଦିର ଇନ୍‌ଫୋସିଟି ରାସ୍ତାରେ ଚାଲି ଚାଲି ଯାଉଥିବା ଜଣେ ମହିଳାଙ୍କ ବେକରୁ ମଧ୍ୟ ସେହି ସମାନ ଦୁର୍ବୃତ୍ତ ସୁନା ଚେନ୍‌ ଝାମ୍ପିନେଇ ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକ ସେମାନଙ୍କୁ ଇନ୍‌ଫୋସିଟି ଛକ ପର୍ଯ୍ୟନ୍ତ ଗୋଡ଼ାଇଥିଲେ। ମାତ୍ର ଦୁର୍ବୃତ୍ତଙ୍କର ବାଇକ୍‌ର ବେଗ ଅଧିକ ଥିବାରୁ ସେମାନଙ୍କର କୌଣସି ଟେର୍‌ ମିଳି ନଥିଲା। ସ୍ପଷ୍ଟ ଦିବାଲୋକରେ ଘଟିଥିବା ଏହି ଘଟଣା ଅପରାଧୀଙ୍କ ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଭଳି ମନେ ହୋଇଛି। କିଛି ଘଣ୍ଟା ମଧ୍ୟରେ ତିନି ତିନିଟି ସ୍ଥାନରୁ ଛିନ୍‌ତାଇ କରିବା ସାଧାରଣରେ ଭୟ ସୃଷ୍ଟି କରିଛି। ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe