ପାର୍ଲର୍‌ରୁ ଗ୍ରାହକଙ୍କ ସୁନା ହାର ଚୋରି

Advertisment

ମାଲିକାଣୀ ଓ କର୍ମଚାରୀ ଗିରଫ, ହାର ଜବତ

ମାଲିକାଣୀ ଓ କର୍ମଚାରୀ ଗିରଫ, ହାର ଜବତ

ତଳେ ଟଙ୍କା ପକେଇ ଗହଣା ବ୍ୟାଗ୍‌ ଝାମ୍ପିନେଲେ

photo by : Burglar

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ର ଅଳକା ମାର୍କେଟ୍‌ରେ ଥିବା ମଲ୍ଲିକା ବିୟୁଟି ପାର୍ଲର୍‌ରୁ ଜେଣେ ଗ୍ରାହକଙ୍କ ସୁନାହାର ଚୋରି ଅଭିଯୋଗରେ ସହିଦନଗର ଥାନା ପୁଲିସ ପାର୍ଲର୍‌ ମାଲିକାଣୀ ଓ ଜଣେ ମହିଳା କର୍ମଚାରୀକୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ଗୋଟିଏ ସୁନା ହାର ଜବତ କରିଛି। ସେମାନେ ହେଲେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ସୁକାନ୍ତି ମହାପାତ୍ର(୪୫) ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳର ପ୍ରଜ୍ଞାନ ବଳ(୨୨)। ତେବେ ସୁକାନ୍ତି ଏଠାରେ ମଞ୍ଚେଶ୍ୱର ଆଦିମାତା କଲୋନିରେ ରହୁଥିବା ବେଳେ ପ୍ରଜ୍ଞାନ ନୂଆପଲ୍ଲୀ ଅଞ୍ଚଳରେ ରହୁଥିଲେ।

ଆଜି ଅପରାହ୍ଣ ପ୍ରାୟ ସାଢ଼େ ଗୋଟାଏରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ରହୁଥିବା ଅଞ୍ଜୁଶ୍ରୀ ସ୍ୱାଇଁ ଚୁଟି କାଟିବା ପାଇଁ ଅଳକା ମାର୍କେଟରେ ଥିବା ମଲ୍ଲିକା ପାର୍ଲର୍‌କୁ ଯାଇଥିଲେ। ସେ ଚୁଟି କାଟିବା ପୂର୍ବରୁ ହାରକୁ ଓହ୍ଲାଇ ଭ୍ୟାନିଟି ବ୍ୟାଗ୍‌ ଭିତରେ ରଖିଥିଲେ। ଚୁଟି କଟିବା ପରେ ହାର ପିନ୍ଧିବା ପାଇଁ ଖୋଜିବା ବେଳକୁ ସେଥିରେ ହାର ନଥିବା ଦେଖିବାକୁ ପାଇଥିଲେ। ତେଣୁ ସେ ସୁକାନ୍ତିଙ୍କୁ ହାର ବିଷୟରେ ପଚାରିଥିଲେ। ହେଲେ ସେମାନେ ହାର ବିଷୟରେ ଜାଣି ନଥିବା କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଅଞ୍ଜୁଶ୍ରୀ ତୁରନ୍ତ ପୁଲିସ୍‌କୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାର୍ଲର୍‌ ଯାଞ୍ଚ କରିଥିଲା। ତେବେ ଯାଞ୍ଚ ବେଳେ ପୁଲିସ ସେଠାରୁ ଅଞ୍ଜୁଶ୍ରୀଙ୍କ ହାର ଜବତ କରିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ସୁକାନ୍ତି ଓ ପ୍ରଜ୍ଞାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe