ବାଇକ୍‌ ଅଟକରୁ ଧରାପଡ଼ିଲେ ଲୁଟେରା : ଚେନ୍‌ ଲୁଟ୍‌ ଅଭିଯୋଗରେ ୨ଗିରଫ

Advertisment
ବାଇକ୍‌ ଅଟକରୁ ଧରାପଡ଼ିଲେ ଲୁଟେରା : ଚେନ୍‌ ଲୁଟ୍‌ ଅଭିଯୋଗରେ ୨ଗିରଫ

Photo by : ndtvimg.com

ପୁରୁଣା ଭୁବନେଶ୍ୱର : ବାଇକ୍‌ ଅଟକରୁ ଧରା ପଡ଼ିଲେ ସୁନା ଚେନ୍‌ ଲୁଟେରା। ରବିବାର ସନ୍ଦେହରେ ଏକ ବାଇକ୍‌ ଚାଳକକୁ ଅଟକ ରଖି ପଚରାଉଚରା ବେଳେ ଦୁଇ ଲୁଟେରାଙ୍କଠାରୁ ୮ଗ୍ରାମର ସୁନା ଚେନ୍‌ ଜବତ ହୋଇଛି। ଚେନ୍‌ ଲୁଟ୍‌ ଅଭିଯୋଗରେ ବଡ଼ଗଡ଼ ଥାନା ପୁଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଶ୍ରୀଲିଙ୍ଗରାଜ ଥାନା ଅଧୀନ ସାମନ୍ତରାପୁର ଅଞ୍ଚଳର ବୁଟୁ ଓରଫ ବିଶ୍ୱଜିତ ନାୟକ(୨୨) ଓ ଲକ୍ଷ୍ମୀସାଗର ଥାନା ଅଧୀନ ହଳଦୀପଡ଼ିଆ ବସ୍ତିର କ୍ରିଷ୍ଣା ଦାସ(୨୪)। ପୁଲିସ ସୂଚନା ଅନୁଯାୟୀ ଗତକାଲି ପାଟ୍ରୋଲିଂ ବେଳେ ଏକ ବାଇକ୍‌ର ନମ୍ବର ପ୍ଲେଟ୍‌ରେ କଳି ବୋଳି ଯାଉଥିବା ବେଳେ ପୁଲିସ ସେମାନଙ୍କୁ ସନ୍ଦେହରେ ଧରିଥିଲା। ସେମାନଙ୍କୁ ପଚରାଉଚରା କରିବାରୁ ସେମାନେ ମଇଁଷି ଖାଲ ବସ୍ତିର ଜଣେ ମହିଳାଙ୍କ ସୁନା ଚେନ୍‌ ଲୁଟ୍‌ କରିଥିବା ମାନିଥିଲେ। ୨ମାସ ତଳେ ଏହି ଚୋରି ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା। ପୁଲିସ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe