ବହୁରାଷ୍ଟ୍ରୀୟ କମ୍ପାନିର ଏଚଆର ମ୍ୟାନେଜର ଏହି କାରଣରୁ କରୁଥିଲେ ଚେନ୍ ଲୁଟ୍

Advertisment
ବହୁରାଷ୍ଟ୍ରୀୟ କମ୍ପାନିର ଏଚଆର ମ୍ୟାନେଜର ଏହି କାରଣରୁ କରୁଥିଲେ ଚେନ୍ ଲୁଟ୍

ଲକ୍ଷ୍ନୌ: ବହୁରାଷ୍ଟ୍ରୀୟ କମ୍ପାନିର ଏଚଆର ମ୍ୟାନେଜର କରୁଥିଲେ ଚେନ୍ ଲୁଟ୍। ଉତ୍ତରପ୍ରଦେଶର ଆଗ୍ରାରେ ଘଟିଛି ଏଭଳି ଘଟଣା। ଗୁରୁଗ୍ରାମର ଏକ ବହୁରାଷ୍ଟ୍ରୀୟ କମ୍ପାନିରେ ଏଚଆର ମ୍ୟାନେଜର ଭାବରେ କାମ କରୁଥିଲା ଅଭିଯୁକ୍ତ। ହେଲେ ଭଲ ଦରମା ଥାଇ ବି ଚୋରି କରିବାର ନିଶା ପାଇଁ ସେ ଚେନ ଲୁଟ୍ କରୁଥିବା ସାମ୍ନାକୁ ଆସିଛି। ଘରୁ ବାଇକ ନେଇ ବାହାରିବା ସହ ସୁଯୋଗ ପାଇ ସେ ମହିଳାଙ୍କ ବେକରୁ ଚେନ ଛିଡାଇ ନେଉଥିଲେ। ଦୀର୍ଘଦିନ ଧରି ସେ ଏହି ଅପରାଧ କରୁଥିବା କହିଛି ପୁଲିସ।

ସୂଚନା ମୁତାବକ, ପୁଲିସ ଦୀର୍ଘ ଦିନ ଧରି ସହରରେ ଚେନ୍ ଚୋରି ଏବଂ ମୋବାଇଲ୍ ଫୋନ୍ ଲୁଟ୍ ଘଟଣାର ଅଭିଯୋଗ ଗ୍ରହଣ କରିଆସୁଥିଲା। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଲଗାତାର ଚେଷ୍ଟା କରୁଥିଲା। କିନ୍ତୁ, ପୁଲିସ ସେଥିରେ ସଫଳ ହୋଇନଥିଲେ। କୁହାଯାଉଛି ଯେ ଅଭିଯୁକ୍ତଙ୍କର ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନଥିଲା ଏବଂ ସେ ଏହି ଅପରାଧକୁ ଅତି ସହଜରେ କରୁଥିଲେ। କିନ୍ତୁ, ଶୁକ୍ରବାର ଦିନ ପୁଲିସ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ଗିରଫ ପରେ ଅଭିଯୁକ୍ତ ପୁଲିସକୁ କହିଛି ଯେ କରୋନା କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଘରୁ କାମ କରୁଛନ୍ତି। ଏହି କାରଣରୁ ସେ ଆଗ୍ରାରେ ରହୁଛନ୍ତି ଏବଂ ସୁଯୋଗ ଦେଖି ସେ ନିଜ ବାଇକ ଯୋଗେ ବାହାରକୁ ଯାଇ ଚୋରି କରନ୍ତି। ଏହା ପରେ ସେ ସୋନୁ ବର୍ମା ନାମକ ଜଣେ ସୁନା କାରିଗରଙ୍କୁ ସୁନା ଚେନ୍ ବିକ୍ରି କରନ୍ତି।

ଅଭିଯୁକ୍ତଙ୍କୁ ମାସକୁ ୪୫ହଜାର ଟଙ୍କା ଦରମା ମିଳୁଥିବା ବେଳେ ମଉଜ ମସ୍ତି କରିବା ପାଇଁ ସେ ଚୋରି ଚେନ୍ ବିକ୍ରି କରି ଟଙ୍କା ଆଣୁଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe