ଶ୍ରାବଣ ମାସରେ ମନ୍ଦିରରୁ ଶିବଲିଙ୍ଗ ଚୋରି କରି ନେଇଗଲେ ଚୋର

Advertisment

ଅମରୋହାର ଚାମୁଣ୍ଡା ଶିବ ମନ୍ଦିରରେ କିଛି ଚୋର ପ୍ରବେଶ କରି ଶିବଲିଙ୍ଗ ସହିତ ଦାନବାକ୍ସ ଭାଙ୍ଗି ସାଥୀରେ ନେଇଯାଇଛନ୍ତି ୧୦ହଜାର ଟଙ୍କା। ସମ୍ପୂର୍ଣ୍ଣ ଚୋରି ଘଟଣା ସିସିଟିଭିରେ ହୋଇଛି କେ୍ୖଦ।

ଅମରୋହାର ଚାମୁଣ୍ଡା ଶିବ ମନ୍ଦିରରେ କିଛି ଚୋର ପ୍ରବେଶ କରି ଶିବଲିଙ୍ଗ ସହିତ ଦାନବାକ୍ସ ଭାଙ୍ଗି ସାଥୀରେ ନେଇଯାଇଛନ୍ତି ୧୦ହଜାର ଟଙ୍କା। ସମ୍ପୂର୍ଣ୍ଣ ଚୋରି ଘଟଣା ସିସିଟିଭିରେ ହୋଇଛି କେ୍ୖଦ।

New Project (23)


ଅମରୋହା: ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାରେ କିଛି ଚୋର ଚାମୁଣ୍ଡା ମନ୍ଦିରରୁ ଶିବଲିଙ୍ଗ ଏବଂ ଦାନ ବାକ୍ସ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଶ୍ରାବଣ ମାସରେ ମନ୍ଦିରରୁ ଶିବଲିଙ୍ଗ ଚୋରି ହେବା ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ସହିତ ଭକ୍ତମାନଙ୍କ ମଧ୍ୟରେ ଗଭୀର କ୍ରୋଧ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଅମରୋହାର ଚାମୁଣ୍ଡା ଶିବ ମନ୍ଦିର ଖୁବ ପ୍ରାଚୀନ। ଏଠାକୁ ପ୍ରତିଦିନ ଶହଶହ ଭକ୍ତ ପୂଜା ପାଇଁ ଆସି ଥାଆନ୍ତି। ଶ୍ରାବଣମାସରେ ଏହି ଚାମୁଣ୍ଡା ଶିବ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ଲାଗିଥାଏ। 

ଗତ ବୁଧବାର ରାତିରେ କିଛି ଚୋର ମନ୍ଦିରରେ ପ୍ରବେଶ କରି ଭଙ୍ଗାରୁଜା କରିବା ପରେ ଶିବଲିଙ୍ଗ ଉପରେ ଆକ୍ରମଣ କରିଥିଲେ। ଶିବଲିଙ୍ଗକୁ ଭାଙ୍ଗି ବାହାର କରିବା ପରେ  ସାଙ୍ଗରେ ଦାନ ବାକ୍ସରୁ ପ୍ରାୟ ୧୦ ହଜାର ନଗଦ ଟଙ୍କା ନିଜ ସାଥୀରେ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥି‌ଲେ। ତେବେ ମନ୍ଦିରରେ ଲାଗିଥିବା ସିସିଟିଭି କ୍ୟାମେରାରେ ଚୋରି ଦୃଶ୍ୟ ଯେ କୈଦ ହୋଇଯାଇଛି ଏକଥା ଚୋରଙ୍କୁ ଜଣା ନଥିଲା।  


ଗୁରୁବାର ସକାଳେ ପୂଜାରୀ ମନ୍ଦିରରେ ପହଞ୍ଚିବା ପରେ ମନ୍ଦିରର ଫାଟକ ଭଙ୍ଗାଯାଇଥିବା ସହିତ ଭିତରର ଜିନିଷପତ୍ର ବିଛାଡ଼ି ହୋଇ ପଡ଼ି୍‌ଥିବା ଦେଖିବାକୁ ପାଇଥିଲେ। କେବଳ ଏତିକି ନୁହେଁ ସେ ମନ୍ଦିର ଭିତରେ ଶିବଲିଙ୍ଗ ନଥିବା ଦେଖି ଭୋଭୋ ହୋଇ କାନ୍ଦିବାକୁ ଲାଗିଥିଲେ। ସ୍ଥାନୀୟଲୋକ ଚୋରି ବିଷୟରେ ଜାଣିବା ପରେ ତୁରନ୍ତ ପୁଲିସକୁ ଏ ଘଟଣା ବିଷୟରେ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ସିସିଟିଭି ଫୁଟେଜ୍ ଜବତ କରିଛି। ଯାହାକି ଚୋରକୁ ଧରାଇବାରେ ସହଜ ହୋଇ ପାରିବ।

ଏହି ଚୋରି ଘଟଣା ପରେ ସ୍ଥାନୀୟ ପ୍ରଶାସନ ମନ୍ଦିରର ସୁରକ୍ଷା ବୃଦ୍ଧି ସହିତ ପୁଲିସ ପାଟ୍ରୋଲିଂ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଗ୍ରାମବାସୀ ପୁଲିସର ଯାଞ୍ଚ ଉପରେ ଆଶା ରଖି କହିଛନ୍ତି, ‘ ଅପରାଧୀମାନେ ଯଥାଶୀଘ୍ର ଧରାପଡ଼ିବେ ଏବଂ ସେମାନଙ୍କୁ କଠୋର ଦଣ୍ଡ ମିଳିବ, ଯାହା ଦ୍ୱାରା ଏପରି ଘଟଣା ପୁନରାବୃତ୍ତି ହେବ ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe