ଭଦ୍ରକ: ଭାଙ୍ଗିପକାଅ… କିଏ ଜଣେ ଜୋରରେ ଚିଲେଇବା ପରେ ଆତମ୍ଭ ହେଲା ସୈତାନର ଘରେ ବିଦ୍ରୋହର ତାଣ୍ଡବଳୀଲା । ଚାହୁଁ ଚାହୁଁ ସବୁ ଭାଙ୍ଗି ପକେଇଲେ ଉତ୍ୟକ୍ତ ଲୋକେ । ଧୁ଼ଡ଼ ଧାଡ଼ ହୋଇ ଗଡ଼ିପଡିଲା ଆଜବେଷ୍ଟସ। ଯିଏ ଯାହା ପାଇଲା ସେଥିରେ ପିଟି ଆଜବେଷ୍ଟ ଚୁନା କଲା । ପୁଣି କିଏ ଇଟା ପଥର ଫିଙ୍ଗି ଘର ଭାଙ୍ଗିଦେଲା । ରାଗ ସେତିକିରେ ଥଣ୍ଡା ହେଇନଥିଲା । କିଛି ମହିଳା ଶାବଳରେ ଘର ତାଡୁଥିଲେ, ଝରକା ଭାଙ୍ଗୁଥିଲେ । ଆଉ କିଛି ମହିଳା ଘରୁ ଲୁଗାପଟା, ଟ୍ରଙ୍କ, ଆସବାବ ପତ୍ର ବାହାର କରି ଭାଙ୍ଗିପକାଉଥିଲେ । ପୋଲିସ ଥିଲା କିଛି ସ୍ଥିତି ଅଣାୟତ୍ତ ଥିଲା । କିଛି ଲୋକ ଘରେ ନିଆଁ ଲଗାଇବାକୁ ବି ଉସକାଉଥିଲେ । ଘରକୁ ଚାରିପଟୁ ଘେରି ପୂରା କବଜା କରି ନେଇଥିଲେ ଉତ୍ୟକ୍ତ ଲୋକେ ।
#ଦୁଷ୍କର୍ମ_ପରେ_ଜଳୁଛି_ଚାନ୍ଦବାଲି
— Kanak News (@kanak_news) December 24, 2025
ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସ୍ତବ୍ଧ ସାରାରାଜ୍ୟ । କାନ୍ଦବୋବାଳିରେ ଫାଟୁଛି ପୂରା ଅଂଚଳ । ରାସ୍ତା ରୋକ୍ ପରେ ନରରାକ୍ଷସର ଘର ଭାଙ୍ଗିଲେ ଲୋକେ #Odisha#Bhadrak#Chandabali#Crime#KanakNewspic.twitter.com/nrVDaY9o7v
ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରାରାଜ୍ୟ ସ୍ତବ୍ଧ। ଜଳିଛି ଚାନ୍ଦବାଲି। ସ୍ଥାନୀୟ ଲୋକେ ରାଗି ନିଆଁ। ଗତକାଲି ରାତି ସାରା ଲୋକେ ଟାୟାର ଜାଳି ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିବା ପରେ ଆଜି ଅଭିଯୁକ୍ତର ଘର ଭାଂଗିଛନ୍ତି। ଅନ୍ୟପଟେ ଅଭିଯୁକ୍ତକୁ ଜଗତସିଂହପୁରରୁ ଗିରଫ କରିବା ସହ ଅଧିକ ଛାନଭିନ ଜାରି ରଖିଛି ପୁଲିସ। ଆଉ ଚାନ୍ଦବାଲି ବନ୍ଦ ଡାକରା ଦେଇଛି ବିଜେଡି।
ଆହୁରି ପଢନ୍ତୁ- C 814 Kandahar Hijack: ଠିକ୍ ୨୬ ବର୍ଷ ତଳେ, ଆଜିର ଦିନରେ... ଆକାଶରୁ ଅପହରଣ ହେଇଗଲା ଭାରତୀୟ ବିମାନ, ଭୁଲି ହେଉନି କାନ୍ଦାହାର ହାଇଜାକ୍ କାହାଣୀ
କୁନିଝିଅକୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଅଶାନ୍ତ ଚାନ୍ଦବାଲି। ରାଗ ଶାନ୍ତ ହୋଇନି। ଆଜି ଅଭିଯୁକ୍ତର ଘର ଭାଂଗିଛନ୍ତି। ନୃଶଂସତାର ସୀମା ଟପିଥିବା ନରପିଶାଚକୁକୁ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି।
#ଏଡ଼େ_ବକଟେ_ଝିଅଟାକୁ_ମୋର_ମାରିଦେଲା
— Kanak News (@kanak_news) December 24, 2025
କୁନି ଝିଅ ଗାଁ ଦାଣ୍ଡରେ ଖେଳୁଥିଲା, ଚକଲେଟ୍ ଲୋଭ ଦେଖାଇ ଡାକିନେଲେ। ଦୁଷ୍କର୍ମ ପରେ ହତ୍ୟା କରି ନିଛାଟିଆ ଜାଗାରେ ଫିଙ୍ଗିଦେଲେ । ଝିଅକୁ ଝୁରି ଝୁରି ପାଗଳି ପରି କାନ୍ଦୁଛି ମା’ । ପୂରା ଅଞ୍ଚଳରେ ସ୍ଥିତି ସଙ୍ଗିନ ।#Bhadrak#Chandbali#Crime#KanakNewspic.twitter.com/HouQZrL87b
ମଙ୍ଗଳବାର ଦିନ ପ୍ରାୟ ୧୨ଟା, ସ୍ଥାନ- ଚାନ୍ଦବାଲି ଏନ୍ଏସି । ମାଉସୀ ଘରକୁ ଆସିଥିବା ନାବାଳିକା ଘର ପାଖରୁ ନିଖୋଜ ହୋଇଯାଇଥିଲା। ପରିବାର ଲୋକେ ଚାରିଆଡେ ଖୋଜାଖୋଜି କରିଥିଲେ। ନିରାଶ ହୋଇ ସନ୍ଧ୍ୟାରେ ଥାନାର ଦ୍ବାରସ୍ଥ ହୋଇଥିଲେ। ଆରମ୍ଭ ହୋଇଥିଲା ଖୋଜାଖୋଜି। ରାତି ପ୍ରାୟ ୮ଟା ବେଳକୁ ପାଖରେ ଥିବା ଏକ ପରିତ୍ୟକ୍ତ ସ୍ଥାନରୁ ମଳିଥିଲା ନାବାଳିକାଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ। ଏହି ଘଟଣାରେ ସାରାରାଜ୍ୟ ସ୍ତବ୍ଧ।
ଆହୁରି ପଢନ୍ତୁ- Health: ଅବ୍ୟବସ୍ଥା ଘେରରେ ଗୋରୁମହିଷାଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର
କାଲି ଯାହାର ଖିଲି ଖିଲି ହସରେ ଘର ଫାଟୁଥିଲା, ଆଜି ତାର ନିଶ୍ଚଳ ଶରୀର ଦେଖି କାନ୍ଦ ବୋବାଳିରେ ଫାଟି ପଡୁଛି ଚାନ୍ଦବାଲି। ଦାବି ହୋଇଛି ଅଭିଯୁକ୍ତକୁ କଠୋର ଶାସ୍ତି ଦିଅ। ଅନ୍ୟପଟେ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଚାନ୍ଦବାଲିର ଏହି ଲୋମଟାଙ୍କୁରା ଘଟଣା ପରେ ଅଭିଯୁକ୍ତକୁ ଜଗତସିଂହପୁରରୁ ଗିରଫ କରିଛି ଭଦ୍ରକ ପୁଲିସ୍। ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କାର୍ଡ ସହାୟତାରେ ଅଧିକ ତଦନ୍ତ ଚଳାଇଛି ପୁଲିସ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/12/24/rape-and-murder-case-2025-12-24-22-15-12.jpg)