ରାଇରଙ୍ଗପୁର/ଗୋରୁମହିଷାଣୀ (ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍‌ର ଗୋରୁମହିଷାଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅବ୍ୟସ୍ଥା ଘେରରେ। ଡାକ୍ତରମାନେ ହସ୍ପିଟାଲକୁ ଠିକ୍ ସମୟରେ ଆସୁନଥିବା ବେଳେ ଅଧିକାଂଶ ଦିନ ବର୍ହିଃବିଭାଗ ୧୧.୩୦ ମଧ୍ୟରେ ବନ୍ଦ ହୋଇଯାଉଥିବା ଅଭିଯୋଗ ହେଉଛି। ଫଳରେ ଚିକିସ୍ୱିତ ହେବାକୁ ଆସୁଥିବା ରୋଗୀମାନେ ନିରାଶ ହୋଇ ଘରକୁ ଫେରୁଥିବା ବେଳେ କିଛି ରୋଗୀ ଅଧିକ ଖର୍ଚ୍ଚାନ୍ତ ହୋଇ ରାଇରଙ୍ଗପୁର ଉପଖଣ୍ଡ ଚିକିସ୍ୟାଳୟ କିମ୍ବା ବେସରାକାରୀ କ୍ଲିନିକ୍‌ରେ ବସୁଥିବା ଡାକ୍ତରଙ୍କ ପାଖରେ ଚିକିସ୍ୱିତ ହୋଇ ଘରକୁ ଫେରୁଥିବା ସୂଚନା ମିଳୁଛି। 

Advertisment

ଏହା ବ୍ୟତିତ ରୋଗୀଙ୍କ ୱାର୍ଡରେ ରୋଗୀ ମାନଙ୍କ ବେଡ ପଡିଛି ତାହା ଅପରିଷ୍କାର ଛିଡାଫଟା ମଇଳା ଏବଂ ବେଡ୍‌ରେ ଦିଆଯାଉଥିବା ବେଡସିଟ ମଧ୍ୟ ଦିଆଯାଉ ନାହିଁ। ଫଳରେ ରୋଗୀ ମାନେ ଅସ୍ୱାସ୍ଥକର ପରିବେଶରେ ରହୁଛନ୍ତି। ଏହାଛଡା ବିଦ୍ୟୁତ୍ କଟିଗଲେ ଜେନେରେଟର ମଧ୍ୟ ଚାଲୁକରୁନଥିବା ଜଣା ପଡିଛି। ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ବହୁ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି। ଏହାବ୍ୟତିତ ଡାକ୍ତରଖାନାର ପାଇଖାନା ମଧ୍ୟ ଭଲଭାବେ ପରିଷ୍କାର ପରିଚ୍ଛନ୍ନ ରଖୁନଥିବାରୁ ଦୁର୍ଗନ୍ଧ ବାହାରୁଥିବାର ଅଭିଯୋଗ ହେଉଛି। ଏପଟେ ରୋଗୀମାନଙ୍କୁ ଦେଖାଶୁଣା କରିବାକୁ ଯାଇଥିବା ପରିବାରର ଲୋକେ ମଧ୍ୟ ସେହି ଅସ୍ୱାସ୍ଥକର ପରିବେଶରେ ରହି ନିଜେ ମଧ୍ୟ ରୋଗୀ ପାଲଟିଯାଉଥିବା ଦେଖାଦେଇଥାଏ।

ଆହୁରି ପଢ଼ନ୍ତୁ: Highcourt Said about PIL: ନିଜ ପ୍ରଚାର ପାଇଁ ମାମଲା ଦାୟର କରନାହିଁ: ମୁଫତି ଏଭଳି ଚେତାବନୀ ଦେଲେ ହାଇକୋର୍ଟ

ହଇରାଣ ଅଭିଯୋଗ

ତାଛଡା ଡାକ୍ତରଖାନାରେ ପ୍ରସୂତି ଏବଂ ନବଜାତ ଶିଶୁମାନଙ୍କୁ ମଧ୍ୟ ସେହି ଗୋଟିଏ ୱାର୍ଡରେ ରଖାଯାଇଥାଏ ଯାହା ଫଳରେ ଶିଶୁମାନଙ୍କୁ ଇନ୍‌ଫେକସନ୍ ହେବାର ଭୟଥାଏ  ତେବେ ସବୁଠାରୁ ଅଧିକ ଅସୁବିଧା, ଜିଲ୍ଲାର ଦ୍ୱିତୀୟ ବୃହତମ ସହର ତଥା ବ୍ଲକ୍ ରାଇରଙ୍ଗପୁର ଏବଂ ଏହି ବ୍ଲକର ସମସ୍ତ ପଂଚାୟତର ଜନସାଧାରଣଙ୍କ ପାଇଁ  ଜନ୍ମ ଏବଂ ମୃତ୍ୟୁର ପଂଜୀକରଣ ସାର୍ଟିଫିକେଟ ମଧ୍ୟ ଏହି ଡାକ୍ତରଖାନରୁ ମିଳିଥାଏ କିନ୍ତୁ ଠିକ ସମୟରେ ଜନ୍ମ ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ପାଇବାରେ ବିଳମ୍ବ ହେଉଥିବାରୁ ବହୁ ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି। ଡାକ୍ତରଖାନାର ମୁଖ୍ୟ ଡାକ୍ତରାଣୀ ଅଧିକାଂଶ ସମୟରେ ଅଫିସ କାର୍ଯ୍ୟ,ବିଭିନ୍ନ ସମୟରେ ମିଟିଂରେ ବ୍ୟସ୍ତ ରହୁଥିବାରୁ ଏବଂ ଛୁଟିରେ ରହୁଥିବାରୁ ଏଭଳି ଅସୁବିଧାରେ ସମ୍ମୁଖିନ ହେଉଥିବାର ଅଭିଯୋଗ ହେଉଛି । ଏନେଇ ସ୍ୱାସ୍ଥକେନ୍ଦ୍ରର ମୁଖ୍ୟଡାକ୍ତର ଛବିରାଣୀ ନାଏକଙ୍କ ସହିତ ଯୋଗାଯୋଗ କରିବାରୁ ଅଭିଯୋଗ ମିଛ ବୋଲି ନିଜ ମତ ରଖିଛନ୍ତି। 

ଆହୁରି ପଢ଼ନ୍ତୁ: Highcourt Said about PIL: ନିଜ ପ୍ରଚାର ପାଇଁ ମାମଲା ଦାୟର କରନାହିଁ: ମୁଫତି ଏଭଳି ଚେତାବନୀ ଦେଲେ ହାଇକୋର୍ଟ